ଭରତପୁର ଜଙ୍ଗଲରୁ ମିଳିଲା ମହିଳାଙ୍କ କଟାମୁଣ୍ଡ : ମୃତ ମହିଳାଙ୍କ ନାଁ ପୁଷ୍ପଲତା, ଘର ଗଞ୍ଜାମରେ ସୂଚନା , ୨ଜଣଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରି-କ୍ରିଏସନ କଲା ପୋଲିସ

ଭୁବନେଶ୍ୱର,(ଏସ. ନ୍ୟୁଜ୍‌):ମିଳିଲା ମୁଣ୍ଡ ବିହିନ ମହିଳାଙ୍କ ପରିଚୟ । ଅଟକ ୨ଜଣଙ୍କୁ ଘଟଣା ସ୍ଥଳକୁ ନେଇ ସିନ୍ ରି-କ୍ରିଏସନ କରୁଛି ପୋଲିସ । ସକାଳେ ୨ଜଣଙ୍କୁ ଅଟକ ରଖି ରଖି ପଚରା ଉଚରା କରିବା ପରେ ଘଟଣା ସ୍ଥଳକୁ ନେଇଛି ପୋଲିସ । ମହିଳା ଜଣଙ୍କ ଭୁବନେଶ୍ୱର ବସ୍ତିର ପୁଷ୍ପଲତା ବୋଲି ସୁଚନା ମିଳିଛି  । ପରିବାର ଲୋକ ତାଙ୍କୁ  ଚିହ୍ନଟ କରିଥିବା ସୁଚନା ଦେଇଛି ପୋଲିସ । ଏହି ଘଟଣାର ତଦନ୍ତ ଜାରି ରହିଥିବାରୁ ତେବେ ମହିଳା ଜଣଙ୍କ କେଉଁ ଅଂଚଳର ଏବଂ ତାଙ୍କ ପରିଚୟ ବିଷୟରେ ସବିଶେଷ ତଥ୍ୟ ଦେଇନି ପୋଲିସ । ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହିନ ମୃତ ଦେହ ମିଳିଥିଲା । ଏପରିକି ଦୁଇ ଦୁଇ ଥର ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲା ପୋଲିସ । ଏହା ସହ ମହିଳାଙ୍କ ପୋଷାକ ଆଧାରରେ ପ୍ରଥମେ ଓଡ଼ିଆରେ ପୋଷ୍ଟର ଓ ପରେ ହିନ୍ଦୀ ଭାଷାରେ ପୋଷ୍ଟର ଜାରି କରିଥିଲା ପୋଲିସ । ମୃତ ମହିଳଙ୍କ ପରିଚୟ ନେଇ ସୁଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ । ଗତକାଲି ମହିଳାଙ୍କ ଫିଙ୍ଗର ପ୍ରିଂଟ ସଂଗହ କରିଥିଲା ପୋଲିସ । ଗତ ୪ତାରିଖରେ ରାଜଧାନୀ ଉପକଣ୍ଠରେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ପରେ ତତ୍ପର ହୋଇ ଉଠିଥିଲା ପୋଲିସ  । ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତା କଡରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।  ଘଟଣା ସ୍ଥଳରେ ଚନ୍ଦକା ପୋଲିସ ପହଂଚି ଶବ ଜବତ ତଦନ୍ତ ଜାରି ରଖିଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିବା ପରେ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.