ଧରମ ଭାଇ ପରିଚୟ ଦେଇ ଯୁବତୀଙ୍କୁ ଠକିଲା ଲୁଟେରା

ଭୁବନେଶ୍ୱର,(ଏସ. ନ୍ୟୁଜ୍‌): ଧୋକା ଦେଲା ଧରମ ଭାଇ । ରାଜଧାନୀରେ ଧରମ ଭାଇ ପରିଚୟ ଦେଇ ଯୁବତୀଙ୍କୁ ଠକିଲା ଲୁଟେରା । ରାମ ମନ୍ଦିରରେ ହାତରେ ସୂତା ବାନ୍ଧିଲା, ମିଠା ଖୁଆଇଲା । ତା’ପରେ ଭଉଣୀ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ପଠାଇବ କହି ସ୍କୁଟିରେ ବସାଇ ନେଲା । ଏଣେତେଣେ ବୁଲାଇବା ପରେ ହେଲମେଟ୍ ଚେକିଂ ବାହାନା ଦେଖାଇ ଛୁ’ ମାରିଛି ଲୁଟେରା । ଯୁବତୀଙ୍କ ଭ୍ୟାନିଟ୍ ବ୍ୟାଗ ଲୁଟି ନେଇଛି । ଭ୍ୟାନିଟରେ ୩୦ ହଜାର ଟଙ୍କା, ଏଟିଏମ୍ ଓ ବ୍ୟାଙ୍କ ପାସବୁକ୍ ଥିବା ଯୁବତୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, କେହି ଜଣେ ଅଜଣା ଯୁବକ, ଅଭିଯୋଗକାରୀ ଯୁବତୀଙ୍କୁ ଫୋନ୍ କରିଥିଲେ । ଧରମ ଭାଇ ପରିଚୟ ଦେଇ ବାରମ୍ବାର କଥା ହୋଇଥିଲେ ଫୋନରେ । ଆଜି ଭେଟିବା ଲାଗି ରାମ ମନ୍ଦିରକୁ ଆସିଥିଲେ । ସେଠାରେ ଧରମ ଭାଇ ହାତରେ ସୂତା ବାନ୍ଧିବା ସହ ମିଠା ଖୁଆଇ ଦେଇଥିଲେ ଯୁବତୀ । ତା’ପରେ ଯୁବତୀଙ୍କ ସରଳତାର ଫାଇଦା ଉଠାଇ ଥିଲେ ଲୁଟେରା ଜଣଙ୍କ ।

ଭଉଣୀ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବେ ବୋଲି କହିଥିଲେ । ରାମ ମନ୍ଦିରରୁ ବାହାରି ଭଉଣୀକୁ ସ୍କୁଟିରେ ବସାଇ ବ୍ୟାଙ୍କକୁ ନେଇ ଯାଉଥିଲେ । ଏଣେତେଣେ ଗଳିକନ୍ଦିରେ ବୁଲାଇବା ପରେ କଳ୍ପନା ଛକ ନିକଟରେ ହେଲମେଟ୍ ଚେକିଂ ହେଉଥିବା କହି ଯୁବତୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ । ଯୁବତୀଙ୍କ ଭ୍ୟାନିଟ୍ ବ୍ୟାଗ୍ ନେଇ ଦ୍ରୁତଗତିରେ ପଳାଇଥିଲେ । ଭ୍ୟାନିଟ୍ ବ୍ୟାଗରେ ୩୦ ହଜାର ଟଙ୍କା, ଏଟିଏମ୍ ଓ ବ୍ୟାଙ୍କ ପାସବୁକ୍ ଥିବା ଯୁବତୀ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.