ପଞ୍ଚାୟତ ନିର୍ବାଚନ ତଦାରଖ ପାଇଁ ପହଞ୍ଚିଲେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର,(ଏସ. ନ୍ୟୁଜ୍‌):କୋଟିଆରେ ଆନ୍ଧ୍ର କରୁଛି ପଞ୍ଚାୟତ ନିର୍ବାଚନ। ଏନେଇ କୋଟିଆରେ ପହଞ୍ଚିଛି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ। କୋଟିଆରେ କିପରି ସୁରୁଖୁରୁରେ ନିର୍ବାଚନ କରାଇବେ ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛି ଆନ୍ଧ୍ର। ଏହି ଟିମରେ ପାର୍ବତୀପୁରମ ସବ ଡିଭିଜନର ଉପଜିଲ୍ଲାପାଳ ଭି.ଧେ.କାରେ ଓ ସାଲୁର ମଣ୍ଡଳ ତହସିଲଦାର ଶ୍ରୀନିବାସ ରାଓ ପ୍ରମୁଖ ରହିଛନ୍ତି। କୋଟିଆର ୨୧ଟି ଗାଁ ଓ ୭ଟି ହାମଲେଟକୁ ମିଶାଇ ୩ ଟି ପଞ୍ଚାୟତ ବି କରିଛି। ଏଗୁଡିକ ହେଲା ଗଞ୍ଜେଇ ପଦର, ଫଗୁଣସିନେରୀ ଓ ପାଟୁସିନେରୀ। ଓଡିଶାର ଏହି ଗାଁ ଗୁଡିକର ନାଁ ବି ପରିବର୍ତ୍ତନ କରିଛି ଆନ୍ଧ୍ର। ଗଂଜେଇ ପଦର ଓ ଫଗୁଣସିନେରୀରେ ଜଣେ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବାରୁ ଏମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସେପଟେ ପାଟୁସିନେରୀରେ ଦୁଇ ଜଣ ପ୍ରାର୍ଥୀ ଥିବାରୁ ଏଠାରେ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ କରିବ ଆନ୍ଧ୍ର।

Leave A Reply

Your email address will not be published.