ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ଜାରି ବାଇ-ଲ ପ୍ରତ୍ୟାହାର : ସେବାୟତ ମାନଙ୍କ ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ଦୀପଦାନ

ପୁରୀ,(ଏସ. ନ୍ୟୁଜ୍‌): ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଥିବା ବାଇ-ଲ ପ୍ରତ୍ୟାହାର ପରେ ସେବାୟତ ମହଲରେ ଖୁସିର ଖେଳିଯାଇଛି ଖୁସିର ଲହରୀ । ଭକ୍ତଙ୍କ ପ୍ରତି ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ କେନ୍ଦ୍ର ସରକାର ନିୟମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ ହେଲେ ବୋଲି କହିଛନ୍ତି ସେବାୟତ ।

ସେପଟେ କରୋନା ସମୟରେ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଯେତେବେଳେ ସୁପ୍ରିମକୋର୍ଟର ଆଇନରେ ଛନ୍ଦି ହୋଇଥିଲା ସେ ସମୟରେ ମଧ୍ୟ ମହାପ୍ରଭୁ ନିଜ କରିସ୍ମା ଦେଖାଇଥିଲେ ବୋଲି ସେବାୟତ କହିଛନ୍ତି । ଏହାକୁ ନେଇ ଆଜି ଶ୍ରୀମନ୍ଦିର ସମ୍ମୁଖରେ ସେବାୟତ ମାନଙ୍କ ପକ୍ଷରୁ ମହାପ୍ରଭୁଙ୍କ ନିକଟରେ ଦୀପଦାନ କରାଯାଇଛି ।

Leave A Reply

Your email address will not be published.