ପରିବର୍ତନ ସପକ୍ଷରେ ଭୋଟର

ପ୍ରବୋଧ ଟିମର ବିଜୟ ସମ୍ଭାବନା ଅଧିକ

ଭୁବନେଶ୍ୱର,(ଏସ. ନ୍ୟୁଜ୍‌): ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ସେତିକି ଜୋରଦାର ହେଉଛି । କନଷ୍ଟେବଲ ଓ ହାବିଲଦାର ଭୁବନେଶ୍ୱର ଶାଖା ସଂଘ ନିର୍ବାଚନ ଲାଗି ଏବେ ପ୍ରଚାର ଜୋରଦାର ଚାଲିଛି । ଦୁଇଟି ଟିମ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେଉଥିବା ବେଳେ ଉଭୟ ଟିମ ଦିନରାତି ଏକ କରି ଭୋଟରଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ କୌଣସି ପଦପଦବୀରେ ନଥାଇ ମଧ୍ୟ ପ୍ରବୋଧ ଆଣ୍ଡ କୋଃ ସମସ୍ତଙ୍କ ସୁଖ-ଦୁଃଖରେ ଭାଗୀଦାରୀ ହୋଇଥିବାରୁ ମାତ୍ରଧିକ ଭୋଟର ତାଙ୍କ ସପକ୍ଷରେ ରହିଛନ୍ତି । ବିଶେଷ କରି ନୂଆ ଭୋଟରମାନେ ଏଥର ପରିବର୍ତନ ଚାହୁଁଥିବାରୁ ପ୍ରବୋଧ ଟିମର ପଲ୍ଲା ଭାରୀ ରହିଛି ।
ଦୁଇଟିମର ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ନିଜ ସପକ୍ଷରେ ଭୋଟ ସଂଗ୍ରହ ଲାଗି ଉଦ୍ୟମ ଚଳାଇଛନ୍ତି । କିଏ ଭୋଜି-ଭାତ ଦେଉଛି, ତ ଆଉ କିଏ ଭୋଟରଙ୍କୁ ମନାଲୋଭା ଉପହାର ଦେଇ ସନ୍ତୁଷ୍ଟ କରିବାକୁ ଚେଷ୍ଠା ଚଳାଇଛି । ତେବେ ଦ୍ୱିତୀୟ ଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଥିବା ପ୍ରବୋଧ ଦାଶଙ୍କ ଟିମ ବେଶ ଉତ୍ସାହଜନକ ସ୍ଥିତିରେ ଥିବା ଜଣାପଡିଛି । ନିଜର ସ୍ୱଚ୍ଛ-ନିର୍ମଳ ଭାବମୂର୍ତୀ ଓ ମେଳାପି ଯୋଗୁଁ ପ୍ରବୋଧଙ୍କ ଟିମ ଭୋଟରଙ୍କ ନିକଟରେ ବେଶ ଆଦୃତ ହୋଇପାରିଛନ୍ତି । ଭୋଟରମାନେ ଏଥର ପରିବର୍ତନ ଚାହୁଁଥିବାରୁ ପ୍ରବୋଧ ଟିମର ପଲ୍ଲା ଭାରି ରହିଛି । ଭୋଟରମାନେ ବିନାଦ୍ୱିଧାରେ ପ୍ରବୋଧ ଟିମକୁ ସମର୍ଥମ କରୁଛନ୍ତି ।
ସେହିପରି ପ୍ରସନ୍ନ ବେହେରାଙ୍କ ଟିମ ମଧ୍ୟ ବିଜୟ ଲାଭ କରିବାକୁ ଆଶା ରଖିଛନ୍ତି । ଏହି ଦୁଇ ଟିମ ନିଜ ନିଜ ସପକ୍ଷରେ ପ୍ରଚାର ଚଳାଇଛନ୍ତି । ପୂର୍ବରୁ ପ୍ରସନ୍ନଙ୍କ ଟିମ କ୍ଷମତାରେ ଥିବାରୁ ବିଜୟ ନେଇ ସେ ମଧ୍ୟ ଆଶାବାଦୀ ଅଛନ୍ତି । ଏପରିକି ତାଙ୍କ ଟିମର କେତେକ ସଦସ୍ୟ ଭୋଟରଙ୍କୁ ପ୍ରଲୋଭିତ କରି ନିଜ ସପକ୍ଷକୁ ନେବା ଯୋଜନା ଚଳାଇଛନ୍ତି । ହେଲେ ଭୋଟରମାନେ ଏଥର ପରିବର୍ତନ ଚାହୁଁଥିବାରୁ ନୂଆ ଟିମ ସପକ୍ଷରେ ମତ ଦେଉଛନ୍ତି । ଯାହା ପ୍ରସନ୍ନଙ୍କ ଟିମ ପାଇଁ ସମସ୍ୟା ସୃଷ୍ଟି କରିଛି ।
ଭୋଟରମାନେ ଏଥର ପରିବର୍ତନ ଚାହୁଁଥିବାରୁ ପ୍ରବୋଧ ଓ ମହମ୍ମଦ କୁଦୁଶ ଟିମର ପଲ୍ଲା ଭାରି ରହିଛି । ଭୋଟରମାନେ ବିନାଦ୍ୱିଧାରେ ପ୍ରବୋଧ ଟିମକୁ ସମର୍ଥମ କରୁଛନ୍ତି । ତେବେ ଆସନ୍ତା ୧୪ ତାରିଖରେ ଭୋଟ ଫଳାଫଳ ଆସିବା ପରେ କିଏ ବିଜୟର ମୁକୁଟ ପିନ୍ଧୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଉଲ୍ଲେଖଥାଉ କି, କନଷ୍ଟେବଲ ଓ ହାବିଲଦାର ଭୁବନେଶ୍ୱର ଶାଖା ସଂଘ ନିର୍ବାଚନ ଅନୁଷ୍ଠିତ ହେବ । ସଂଘ ସଭାପତି, ସଂପାଦକ ସମେତ ମୋଟ ୧୧ଟି ପଦବୀ ଲାଗି ଭୋଟ ଗ୍ରହଣ କରାଯିବ । ୧୨ ତାରିଖରେ ସମସ୍ତ ଥାନା, ରିଜର୍ଭ ପୋଲିସ ଓ ବିଭିନ୍ନ ଅଫିସକୁ ବାଲାଟ ପେପର ପ୍ରଦାନ କରାଯିବ । ୧୩ ତାରିଖରେ ଭୋଟ ଗ୍ରହଣ କରାଯିବା ପରେ ୧୪ ତାରିଖରେ ଫଳାଫଳ ଘୋଷଣା କରାଯିବ । ମୁଖ୍ୟତଃ ଦୁଇଟି ଟିମ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେଉଛି । ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି । ତେବେ ପ୍ରଚାରରୁ ଭୋଟରମାନେ ଏଥର ନୂଆ ଟିମ ସପକ୍ଷରେ ଥିବା ସ୍ପଷ୍ଟ ହୋଇଯାଉଛି ।
ଏଥର ଭୋଟରଙ୍କ ନାରା ‘ପରିବର୍ତନର ସ୍ୱର, ଆସ ମିଳିିମିଶି କରିବା ସାକାର’ ।

Leave A Reply

Your email address will not be published.