ଭାରସାମ୍ୟ ହରାଇ ଗଛକୁ ପିଟିଲା ଇନୋଭା: ଦୁଇ ଜଣଙ୍କର ମୃତ୍ୟୁ,ଦୁଇ ଗୁରୁତର ଆହାତ

ବଲାଙ୍ଗୀର,(ଏସ୍‌ଏନ୍ୟୁଜ): ବଲାଙ୍ଗୀର ଦେଓଗାଁ ସାଗରପାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ପିଟିଲା ଇନୋଭା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତକ ମଧ୍ୟରେ ଜଣେ ବ୍ୟାଙ୍କ ମ୍ୟାନେଜର ଅଛନ୍ତି । ତାଙ୍କ ନାଁ ରାକେଶ ହେମ୍ବ୍ରମ ବୋଲି ତାଙ୍କ ପରିଚୟ ପତ୍ରରୁ ଜଣାପଡିଛି ।

ଅନ୍ୟ ଜଣେ ମୃତକ ହେଲେ ଗାଡି ମାଲିକ ସତ୍ୟଜିତ ମାଦଳା । ଗୁରୁତର ଡ୍ରାଇଭର ଓ ଅନ୍ୟ ଜଣକୁ ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦେଓଗାଁ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ନବରଙ୍ଗପୁର ଡ଼ାବୁଗାଁରୁ-ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭୋର ୪ଟାରେ ହୋଇଛି ଦୁର୍ଘଟଣା ।

Leave A Reply

Your email address will not be published.