ବିଜେଡିରେ ମିଶିଲେ ଜଟଣୀର ଶତାଧିକ କଂଗ୍ରେସ ନେତା ଓ କର୍ମୀ

ଜଟଣୀ,(ଏସ୍‌ଏନ୍ୟୁଜ): ଖୋର୍ଦ୍ଧା ଓ ଜଟଣୀ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ନେତା ଓ କର୍ମୀ ଗୁରୁବାର ଦିନ ବିଜେଡିରେ ମିଶିଛନ୍ତି । ଏହି କଂଗ୍ରେସ ନେତା ଓ କର୍ମୀମାନେ ବିଧିବଦ୍ଧ ଭାବେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଏହି ଅଞ୍ଚଳର ପୂର୍ବତନ ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କ ଭଳି କଂଗ୍ରେସର ଅନେକ ନେତା ଓ କର୍ମୀ ମାନେ ବିଜୁ ଜନତା ଦଳରେ ମିଶିଛନ୍ତି । ଏହି ମିଶ୍ରଣ ପର୍ବ ଭୁବନେଶ୍ୱରର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ କିଛି ଲୋକ ଗତ ନିର୍ବାଚନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମର୍ଥନ କରିଥିଲେ । ତେବେ ନବୀନଙ୍କ ଆଦର୍ଶ ଓ ଯୋଜନାରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପର୍ବରେ ପ୍ରତାପ ଦେବ ଓ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.