ପ୍ରଦୂଷଣମୁକ୍ତ ହେବ ରାଜ୍ୟର ସମସ୍ତ ସହର

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ପ୍ରଦୂଷଣମୁକ୍ତ ବ୍ଯବସ୍ଥା ପାଇଁ କମିଟିର ସୁପାରିଶ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ କଣ କାର୍ଯ୍ଯକ୍ରମ ଗ୍ରହଣ କରାଯାଉଛି ସେ ନେଇ ତଦାରଖ କରିବାକୁ ବିଧାନସଭା ପକ୍ଷରୁ ତିନୋଟି ସବ କମିଟି ଗଠନ କରାଯାଇଛି ।ସହରରେ ଏଣେତେଣେ ଅଳିଆ ଆବର୍ଜନା ପଡିବନି କିମ୍ବା ଅପରିସ୍କାର ହେବନାହିଁ। ଏପରିକି ସହରକୁ ବାରମ୍ବାର ସଫା କରାଯିବ।  ଏଥିସହିତ ରାଜ୍ଯର ପ୍ରଦୂଷିତ ନଦୀନାଳକୁ ପ୍ରଦୂଷଣ ମୁକ୍ତ କରାଯିବ । ଏମିତି କେତେ କଣ ଗୋଲାପୀ ଚିତ୍ର ବିଧାନସଭା ଗୃହ କମିଟିକୁ ଦେଖାଇଛନ୍ତି ସରକାର । ଏଥିସହିତ ବିଭିନ୍ନ ଶିଳ୍ପସଂସ୍ଥା , ରାଇସ ମିଲ ଆଦି ନିଜର ଆବର୍ଜନାକୁ ନଦୀ ନାଳକୁ ଛାଡୁଥିବାରୁ ଚିନ୍ତା ବଢିଛି । 

ଏଥିସହିତ ଶିଳ୍ପସଂସ୍ଥାରୁ ବାହାରୁଥିବା କାର୍ବନ (Carbon) କୁ କିଭଳି ବନ୍ଦ କରାଯିବ ସେ ସଂପର୍କରେ ବିଧାନସଭା ଗୃହ କମିଟିରେ ଚର୍ଚ୍ଚା ହୋଇଛି । ଏଥିସହିତ ରାଜ୍ଯରେ ପ୍ରଦୂଷିତ ହେଉଥିବା ୧୧ଟି ପ୍ରମୁଖ ନଦୀ ମହାନଦୀ (Mahanadi), ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ଯା, ନାଗାବଳୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଆଦି ନଦୀର ପାଣିର ମାନ ବାରମ୍ବାର ପରୀକ୍ଷା କରିବାକୁ ଗୁରୁତ୍ବ ଦିଆଯାଇଛି । ପ୍ରଦୂଷଣମୁକ୍ତ ବ୍ଯବସ୍ଥା ପାଇଁ କମିଟିର ସୁପାରିଶ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ କଣ କାର୍ଯ୍ଯକ୍ରମ ଗ୍ରହଣ କରାଯାଉଛି ସେ ନେଇ ତଦାରଖ କରିବାକୁ ବିଧାନସଭା (Assembly) ପକ୍ଷରୁ ତିନୋଟି ସବ କମିଟି ଗଠନ କରାଯାଇଛି ।ଏହି ସବ୍ କମିଟି ବ୍ଯବସ୍ଥାକୁ ତଦାରଖ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। 

Leave A Reply

Your email address will not be published.