ବର୍ଷା -ଅନୁଭବ ବିବାଦ :ଫେବ୍ରୁଆରୀ ୫ରେ କୋର୍ଟ ନିର୍ଦ୍ଦେଶନାମା

କଟକ,(ଏସ୍‌ଏନ୍ୟୁଜ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ । ବର୍ଷାଙ୍କ ପକ୍ଷରୁ ହୋଇଥିବା ଘରୋଇ ହିଂସା ମାମଲାର ଶୁଣାଣି ଆଜି କଟକ ଏସଡିଜେଏମ୍ କୋର୍ଟରେ ହୋଇଛି । ଏହି ମାମଲାରେ କୋର୍ଟ ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ନିର୍ଦ୍ଦେଶନାମା କରିବେ ।

ବର୍ଷା ଘରୋଇ ହିଂସା ନେଇ ରାଜ୍ୟ ମହିଳା କମିଶନଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି । ବର୍ଷାଙ୍କୁ ପକ୍ଷରୁ ଦାଏର ମାମଲାରେ ମହିଳା କମିଶନ ଅନୁଭବ ଓ ତାଙ୍କ ବାପାମାଆଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲେ । ଅନୁଭବ ହାଜର ହୋଇଥିବା ବେଳେ ଆସିନଥିଲେ ଅନୁଭବଙ୍କ ବାପାମାଆ । ଅନ୍ୟପକ୍ଷେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ଦିଲ୍ଲୀର ଏକ କୋର୍ଟରେ ଆବେଦନ କରିଛନ୍ତି ।

ଅନ୍ୟପକ୍ଷେ କଟକ ସ୍ଥିତ ନନ୍ଦିସାହି ବାସଭବନରେ ବର୍ଷାଙ୍କ ରୁମର ଅନୁଭବ ସହଯୋଗୀ ସହ ପାଟିତୁଣ୍ଡ କରିବା ଏବଂ ଭିଡିଓ ଉତ୍ତୋଳନ କରିବା ନେଇ ବର୍ଷା ଅଭିଯୋଗ କରିଛନ୍ତି । ଏନେଇ ବର୍ଷା ପୁରୀ ଘାଟ ଥାନାରେ ୨ଟି ପୃଥକ ପୃଥକ ମାମଲା ଦାଏର କରିଥିଲେ ।

Leave A Reply

Your email address will not be published.