ବେଲଗାମ ତେଲଦର,ଖାଉଟି ଚିନ୍ତାରେ: ମାଲକାନଗିରିରେ ସର୍ବାଧିକ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା,ଭୁବନେଶ୍ୱରରେ ୮୬ ଟଙ୍କା ୬୮ ପଇସା

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):ହୁହୁ ହୋଇ ବଢିଚାଲିଛି ଡିଜେଲ ଓ ପେଟ୍ରୋଲ ଦର । ଲଗାତାର ତେଲଦର ବଢିବା ଫଳରେ ଖାଉଟି ଏବେ ଚିନ୍ତାରେ ପଡ଼ିଛନ୍ତି । ଓଡିଶାର ମାଲକାନଗିରରେ ଡିଜେଲ ଓ ପେଟ୍ରୋଲ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା ରହିଥିବା ବେଳେ ଡିଜେଲ ଦର ୮୭ ଟଙ୍କା ୫୬ ପଇସା ରହିଛି  ।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୬ ଟଙ୍କା ୬୮ ପଇସା ଥିବା ବେଳେ ଡିଜେଲ ୮୨ ଟଙ୍କା ୩୮ ପଇସା ରହିଛି  । ଏବଂ ମୁମ୍ବାଇରେ ପେଟ୍ରୋଲ ଦର ୯୨ ଟଙ୍କା ୨୮ ପଇସା ରହିଥିବା ବେଳେ କୋଲକାତାରେ ୮୭ ଟଙ୍କା ୧୧ ପଇସା ରହିଛି ।  ଦିଲ୍ଲୀରେ ପେଟ୍ରୋଲ ଦର ୮୪ ଟଙ୍କା ୭୦ ପଇସା ରହିଛି  । ସେହିପରି ଡିଜେଲ ଦର ଚେନ୍ନାଇରେ ୮୧ ଟଙ୍କା ୧୪ ପଇସା, ଦିଲ୍ଲୀରେ ୭୫ ଟଙ୍କା ୮୮ ପଇସା, କୋଲକାତାରେ ୭୯ ଟଙ୍କା ୮୮ ପଇସା ଓ ମୁମ୍ବାଇରେ ୮୨ ଟଙ୍କା ୬୬ ପଇସା ରହିଛି  ।

Leave A Reply

Your email address will not be published.