ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ପରେ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ):: ସ୍କୁଲ ସହ ଖୋଲିବ ହଷ୍ଟେଲ । ଛାତ୍ରଛାତ୍ରୀଙ୍କ ପାଠପଢା ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି ସରକାର । ପିଲାଙ୍କ ପାଠପଢାରେ କିଭଳି କୌଣସି ଅସୁବିଧା ନହେବ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବା ପରେ ସେମାନଙ୍କ ସୁବିଧା ପାଇଁ ଏବେ ହଷ୍ଟେଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ତେଣୁ ଆସନ୍ତା ୮ରେ ସ୍କୁଲ ସହ ହଷ୍ଟେଲ ଖୋଲିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏହାସହ ପରୀକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.