ଭୁବନେଶ୍ୱର,(ଏସ୍ଏନ୍ୟୁଜ): ନୂଆ ଆଶା ଓ ଭରସା ନେଇ ଆସିଛି ନୂଆ ବର୍ଷ । ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ନବୀନ । ଏଥି ସହ ଏକ ଭିଡିଓ ବାର୍ତ୍ତା ମଧ୍ୟ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନୂଆ ବର୍ଷ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୧ ସମସ୍ତଙ୍କ ପାଇଁ ନୂଆ ଆଶା ଓ ସମ୍ଭାବନା ନେଇ ଆସିଛି ଏବଂ ନୂଆ ବର୍ଷ ସମସ୍ତଙ୍କ ପାଇଁ ଆନନ୍ଦ ଓ ସମୃଦ୍ଧିର ବର୍ଷ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି ଏହି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଭୟରେ ଶେଷ ହୋଇଛି ୨୦୨୦ ଏବେ ନୂଆ ଆଶା ଓ ଭରସାରେ ବାନ୍ଧି ହୋଇଛି ୨୦୨୧ । କଣକଣା ଭିତରେ ୨୦୨୦କୁ ବିଦାୟ ଦେଇଛନ୍ତି ରାଜ୍ୟବାସୀ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଜିରୋ ନାଇଟ ସେଲିବ୍ରେସନକୁ ନିଷେଧ କରିଥିଲେ । ଭୁବନେଶ୍ୱର ଓ କଟକରେ ଏଥିପାଇଁ ୩୧ ତାରିଖ ରାତି ୧୦ଟାରୁ ନୂଆ ବର୍ଷ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ଜାରି କରାଯାଇଥିଲା ।