ଗାଡି ଓ ବାଇକ ଧକ୍କାରେ ଦୁଇଜଣଙ୍କ ଜୀବନହାନୀ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବଣାଇରେ ଅଘଟଣ । ଗାଡି ଓ ବାଇକ ଧକ୍କାରେ ଦୁଇଜଣଙ୍କ ଜୀବନ ଯାଇଛି । ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବରଡାବାହାଲ ନିକଟରେ । ମୃତକ ଦୁଇ ବାଇକ୍‌ ଆରୋହୀ ହେଲେ ବଣାଇଁ ଥାନା ଉପରପଡା ଗାଁର ଘନଶ୍ୟାମ ବ୍ରହ୍ମା ଓ ଶିବୁ ମହାନ୍ତି । ଦୁର୍ଘଟଣା ପରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉଭୟଙ୍କ ମୃତଦେହ ମର୍ଗ ହାଉସରେ ରଖାଯାଇଛି । ଘଟଣାସ୍ଥଳରେ ବଣାଇଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.