ବିବାହିତ ପୁରୁଷ ଓ ନାବାଳିକାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ):ରାୟଗଡା ଶୁଣ୍ଢିସାହିରେ ଘଟିଯାଇଛି ଅଘଟଣ । ଜଣେ ବିବାହିତ ପୁରୁଷ ଓ ଜଣେ ନାବାଳିକା ଏକସଙ୍ଗେ ଆତ୍ମହତ୍ୟା କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଆତ୍ମହତ୍ୟା କରିଥିବା ପୁରୁଷ ଜଣକ ବିବାହିତ ଓ ତାଙ୍କ ନାମ ରାହୁଲ କୌଶଲ୍ୟା ଓ ନାବାଳିକା ଜଣକ ୧୫ ବର୍ଷ ବୟସର ବୋଲି ଜଣାପଡିଛି । ତେବେ ଆତ୍ମହତ୍ୟା କାରଣ ଜଣାପଡିନାହିଁ । ପୋଲିସ ସୂଚନା ମୁତାବକ, ନାବାଳିକା ଜଣକ ଆଜି ସକାଳୁ ଟ୍ୟୁସନ ଯିବା ପାଇଁ ଘରୁ ବାହାରି ଥିଲେ । ହେଲେ ସେ ଟ୍ୟୁସନ ଯାଇନଥିଲେ । ସେ ରାହୁଲଙ୍କ ଘରକୁ ଆସିଥିଲେ । ରାହୁଲଙ୍କ ଘରେ ରହିବା ପରେ ଉଭୟେ ଆତ୍ମହତ୍ୟା କରିଥିଲେ ।

ରାହୁଲଙ୍କ ଘରେ କେହି ନଥିବାରୁ ଘଟଣା ସମ୍ପର୍କରେ କାହାକୁ ଜଣାପଡିନଥିଲା । ତେବେ ନାବାଳିକାଙ୍କ ପରିବାର ଟ୍ୟୁସନ ଯାଇ ଖୋଜିବା ପରେ ରାହୁଲଙ୍କ ଘରକୁ ଆସିଥିଲେ । ସେଠାରେ ଉଭୟେ ଆତ୍ମହତ୍ୟା କରିଥିବା ନଜରକୁ ଆସିଥଲା । ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ ସାହି ଲୋକ । ପୋଲିସ ପହଞ୍ଚି ତଦନ୍ତ କରିବା ପରେ ଉଭୟଙ୍କ ଶବକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଛି । ସେଠାରେ ଶବ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଓ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.