ଗ୍ରେହାଉଣ୍ଡ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ୬ଜଣ ମାଓବାଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ବଡ ସଫଳତା । ମାଓବାଦୀଙ୍କ ସହ ମୁହାଁମୁହିଁ ସଂଘର୍ଷରେ ୬ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ତେଲେଙ୍ଗାନା ଓ ଛତିଶଗଡ ସୀମାରେ ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ମାଓବାଦୀ ଲୁଚିଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ସୂଚନାକୁ ଆଧାର କରି ଅପରେସନ କରିଥିଲେ ଗ୍ରେହାଉଣ୍ଡ ଯବାନ । ଅପରେସନରେ କୋତ୍ତାଗୁଡମ ଏସପି ସୁନିଲ ଦତ୍ତ ମଧ୍ୟ ସାମିଲ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.