ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ପ୍ରଳୟର ସଫଳ ପରୀକ୍ଷଣ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳତା ଆଡଗୁ ଗତି କରି ଆଉ ଏକ ମାଇଲଖୁଣ୍ଟି ଅତିକ୍ରମ କରିଛି । ଏହି ପରିପ୍ରେକ୍ଷୀରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ପ୍ରଳୟର ପରୀକ୍ଷଣ ଆଜି ପୂର୍ବାହ୍ନରେ ଭଦ୍ରକ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହିତ କରାଯାଇଛି । ପ୍ରଳୟର ଲକ୍ଷ୍ୟଭେଦ କ୍ଷମତା ରହିଛି ୫୦୦ କିଲୋମିଟର । ଏହାକୁ କଣ୍ଟ୍ରୋଲ ରୁମରୁ ବି ଗାଇଡ କରାଯାଇପାରିବ । ପ୍ରଳୟ ମିସାଇଲରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲିଷ୍ଟିକ୍‌ ମିସାଇଲ ପ୍ରଳୟର ଓଜନ ୫ଟନ୍‌ ଓ ଏହା ଟାର୍ଗେଟ୍‌କୁ ୧୦ ମିଟର ପରିଧି ମଧ୍ୟରେ ହିଟ୍‌ କରିପାରିବାର କ୍ଷମତା ରଖିଛି । ସଲିଡ ଫୁଏଲ ଜରିଆରେ ଉତକ୍ଷେପିତ ହୋଇପାରୁଥିବା ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ । ଭାରତୀୟ ବାଲିଷ୍ଟିକ ମିସାଇଲ ପ୍ରତିରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପୃଥ୍ୱୀ ଡିଫେନ୍ସ ଭେଇକଲର ପ୍ରଯୁକ୍ତି ଅନୁସାରେ ଏହି କ୍ଷେପଣାସ୍ତ୍ର ନିର୍ମିତ ହୋଇଛି ।

Leave A Reply

Your email address will not be published.