ଭୁବନେଶ୍ୱର,(ଏସ୍.ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରି ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବାରେ ରାଜ୍ୟ ସରକାର ଯଥାବିଧି ଉଦ୍ୟମ କରୁଛନ୍ତି ଓ ପୋଲିସ ପ୍ରଶାସନ ଖୁବ ଉଦ୍ୟମ ଚଳାଇଥିଲେ ମଧ୍ୟ ଏଥିରେ ରୋକ ଲାଗିବା ସମ୍ଭବ ହେଉନି ।
ଏହି ପରିପ୍ରେକ୍ଷୀରେ ଖଣ୍ଡଗିରି ଏମ୍ସ ରୋଡ୍ରେ ସିରିଜି ଚୋରି ଘଟଣା ସାମନାକୁ ଆସିଛି । ୪ଟି ମେଡ଼ିସିନ ଦୋକାନରୁ ନଗଦ ୩ ଲକ୍ଷ ଓ ଔଷଧ ଚୋରି ହୋଇଛି । ନଗଦ ଟଙ୍କା ଓ ଔଷଧ ମିସାଇଲେ ୧୦ ଲକ୍ଷ ଟଙ୍କା ହେବ । ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସଟର ଭାଙ୍ଗି ଲୁଟ କରିଛନ୍ତି ଲୁଟେରା । ଏଲଇସିଡି ଏବଂ ସିସିଟିଭି କ୍ୟାମେରା ମଧ୍ୟ ଏକ ଦୋକାନରୁ ଲୁଟ କରିଛନ୍ତି । ପୋଲିସ୍କୁ ବାରମ୍ବାର ଚ୍ୟାଲେଞ୍ଚ ଦେଉଛନ୍ତି ଲୁଟେରା । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।