ନୟାଗଡ଼,(ଏସ୍.ନ୍ୟୁଜ): ହଜିଲା ପୁଅକୁ ପାଇ ଆତ୍ମହରା । ଦୀର୍ଘଦିନ ପରେ ପୁଅ ଘରକୁ ଫରି ଆସିଥିବାରୁ ପରିବାରରେ ଖୁସିର ଲହରୀ । ଏମିତି ଏକ ଖୁସିର ମୂହୁର୍ତ୍ତରେ ଆତ୍ମ ବିଭୋର ହୋଇଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ଗାଁର ଏକ ପରିବାର ।

୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ଗାଁର ଆସ୍ମାନ ଦାସ ଦୀର୍ଘ ଦିନ ପରେ ଘରକୁ ଫେରିଛନ୍ତି । ୧୯୯୮ ମସିହାରେ ଦଶମ ଶ୍ରେଣୀରେ ପରୀକ୍ଷା ଦେଇ ସାରିବା ପରେ ହଠାତ୍ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ପରେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ, ମାତ୍ର ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।
ତେବେ କିଛି ଦିନ ପୂର୍ବରୁ ହାଇଦ୍ରାବାଦରୁ ଇଂରାଜୀ, ହିନ୍ଦୀ ଓ ତେଲଗୁ ଭାଷାରେ ଲେଖାଯାଇଥିବା ଚିଠିଟିଏ ହଠାତ୍ ବଡ଼ ଭାଇ ତୋଫାନ ଦାସଙ୍କ କୁମ୍ଭାରପଡ଼ା ଘର ଠିକଣାରେ ଆସିଥିଲା । ସେଥିରେ ଆସମାନଙ୍କୁ ଫୋନ କରିବାକୁ କୁହାଯାଇିଥିଲା । ବଡ଼ ଭାଇ ଫୋନ କରିବା ପରେ ଆସ୍ମାନ ହାଇଦ୍ରାବଦରେ ଅଛନ୍ତି ବୋଲି ଖବର ପାଇଥିଲେ । ପରେ ଆସ୍ମାନ କାମ କରୁଥିବା ଟେଣ୍ଟ ହାଉସର ମାଲିକ ତାଙ୍କୁ ଘରକୁ ପଠାଇଛନ୍ତି । ଅସ୍ମାନ୍ ଘର ପହଞ୍ଚିବା ପରେ ପରିବାର ଓ ଗାଁ ରେ ଖୁସିର ଲହରୀ ଖେଳିଯାଇଛି ।