ତୃତୀୟ ଲହର ଅବସମ୍ଭାବୀ, ମୁକାବିଲା ଲାଗି ଓଡ଼ିଶା ସମର୍ଥ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବ୍ରିଟେନ୍‌ରେ କରୋନାର ସ୍ଥିତି ଦେଖିବା ପରେ ଏବେ ଦେଶରେ ତୃତୀୟ ଲହର ଆସିବା ଆଶଙ୍କା । କିନ୍ତୁ ତୃତୀୟ ଲହର ମୁକାବିଲା ଲାଗି ଆମେ ସମର୍ଥ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ, ଘରୋଇ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କରୋନା ନିୟମାବଳୀ ଅନୁସାରେ ଆନ୍ତର୍ଜାତିକ ଯାତ୍ରୀଙ୍କର ସର୍ଭଲାନ୍ସ ଚାଲିଛି । ଓମିକ୍ରନ ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାକୁ ସମ୍ଭାଳିବା ଲାଗି ସ୍ୱାସ୍ଥ୍ୟ ବିଭାଗ ସକ୍ଷମ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଭିତ୍ତିଭୂମି ବଢ଼ାଯିବ । ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ଼, ଜରୁରି ଔଷଧ ମହଜୁଦ ରଖାଯାଉଛି । ନିୟମିତ ଏହାର ତର୍ଜମା କରାଯାଉଛି ସେହି ଅନୁପାତରେ ପ୍ରସ୍ତୁତି ଚାଲିଛି ।

ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍‌ୱେନ୍ସିଂ ଆବଶ୍ୟକ । ତେଣୁ ସିକ୍‌ୱେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଛି । ଏବେ ସୁଦ୍ଧା ରାଜ୍ୟକୁ ଆଟ ରିସ୍କ କଣ୍ଟ୍ରିରୁ ୧୫ ଶହରୁ ଅଧିକ ଲୋକ ଆସିଲେଣି । ଯାହା ତଥ୍ୟ ଅଛି, ଓମିକ୍ରନର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ । ଦ୍ୱିତୀୟ ଲହରରେ ଯେଉଁ ଟ୍ରିଟମେଣ୍ଟ ଥିଲା, ଏବେ ବି ତାହା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Leave A Reply

Your email address will not be published.