ଭୁବନେଶ୍ୱର,(ଏସ୍.ନ୍ୟୁଜ): ପ୍ରମାଣ ଅଭାବରୁ ୧୯ ବର୍ଷ ଜେଲରେ ରହି ମୁକୁଳିଲେ ଜଣେ ବିଚାରାଧୀନ କଏଦୀ । ଏଭଳି ଏକ ବିରଳ ଘଟଣା ସାମନାକୁ ଆସିଛି । ଘଟଣା ବାରିପଦାର ଯଶିପୁର ଅଂଚଳରେ ଘଟିଛି । ଯଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁ ହତ୍ୟା କରିଥିବା ଅଭିଯୋଗରେ ସେ ଜେଲ ଯାଇଥିଲେ, ହେଲେ ଏବେ ନିର୍ଦ୍ଦୋଷରେ ମୁକୁଳିଲେ ତାହା ପୁଣି ଦୀର୍ଘ ୧୯ ବର୍ଷ ପରେ । ଜେଲର ଅନ୍ଧକାର କୋଠରୀ ଭିତରେ ୧୯ ବର୍ଷ ରହିବା ପରେ ଏବେ ନିର୍ଦ୍ଦୋଷରେ ଜେଲରୁ ଖଲାସ ହୋଇଛନ୍ତି । ଜେଲରୁ ଖଲାସ ହେବା ପରେ ହାବିଲ ସିନ୍ଧୁଙ୍କ ଖୁସି କହିଲେ ନସରେ କାହିଁକି ନା ସେ କେବେ ଭାବିନଥିଲେ ଜେଲର ଚାରିକାନ୍ଥରୁ ଆଉ କେବେ ବାହାରି ପାରିବେ । ପ୍ରମାଣ ନଥିବା ଅଭାବରୁ ମୟୂରଭଞ୍ଜ ଜିଲ୍ଲା ଦୌରା ଜଜ୍ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୩ ମସିହା ଜାନୁଆରୀ ୩ ତାରିଖରେ ପଡ?ଶୀ ଘରର ଦୁଇ ଜଣ ପୁରୁଷଙ୍କ ସହ ଜଣେ ଦୁଇ ବର୍ଷର ଶିଶୁକୁ ହତ୍ୟା କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଗୁଣିଗାରେଡି ସନ୍ଦେହରେ ତିନି ଜଣଙ୍କୁ ହାବିଲ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେବା ସହ ସେମାନଙ୍କ ଯୌନାଙ୍ଗକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଯଶିପୁର ଥାନାରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ୨୦୦୫ ମସିହାରେ ବାରିପଦା ଅତିରିକ୍ତ ଜିଲ୍ଲା ଓ ୌରା ଜଜ୍ ବିଚାର କରି ହାବିଲକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଏନେଇ ହାବିଲ ଉଚ୍ଚ ନ୍ୟାୟାଳୟର ମଧ୍ୟ ଆଶ୍ରୟ ନେଇଥିଲେ । ଉଚ୍ଚ ନ୍ୟାୟାଳୟ ଏହି ଘଟଣାର ହସ୍ତକ୍ଷେପ କରି ଘଟଣାକୁ ପୁନଃ ବିଚାର ପାଇଁ ମୟୂରଭଞ୍ଜ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସରକାର ଜଣେ ଅବୈତନିକ ଓକିଲକୁ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସେହି ଦିନ ଠାରୁ ସେ ବିଚାରାଧିନ କଏଦୀ ଭାବେ ଥିଲେ ।