ଭୁବନେଶ୍ୱର,(ଏସ୍.ନ୍ୟୁଜ): ବର୍ତ୍ତମାନ ରାଜ୍ୟେରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ଭୀଷଣ ଜାଡରେ ଥରୁଛି ଓଡ଼ିଶା । ଶୀତ ଯୋଗୁଁ ବ୍ୟସ୍ତବହୁଳ ଜନଜୀବନ ଅସ୍ତ୍ୟବ୍ୟସ୍ତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ଡିଗ୍ରୀ ହ୍ରାସ ହେବା ପରେ ଶୀତ ବଢିବାରେ ଲାଗିଛି । କିଛି ସ୍ଥାନରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ରାଜ୍ୟର ୨୨ ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି ।
ଓଡ଼ିଶାର ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗବାଡି । ଦାରିଙ୍ଗବାଡିରେ ସର୍ବନିମ୍ନ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରୀ ରହିଛି । ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚମ ଓ ଉତ୍ତର ଦିଗରୁ ଥଣ୍ଡା ଶୁଖିଲା ପବନ ପ୍ରବାହିତ ହେଉଥିବାରୁ ଶୀତ ବଢିବାରେ ଲାଗିଛି । ଅନୁଗୁଳ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ପରିମାଣ ବଢିବ । ପାହାଡ଼ିଆ ଅଞ୍ଚଳରେ ରେକର୍ଡ ତାପମାତ୍ରା ହ୍ରାସ ହୋଇଛି ।