କଳିଙ୍ଗା ଘାଟିରେ ବସ ଓଲଟି ପଡିବାରୁ ୩୦ ଯାତ୍ରୀ ଆହତ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଚିରାଚରିତ କଳିଙ୍ଗା ଘାଟିରେ ଘଟିଛି ପୁଣି ଦୁର୍ଘଟଣା । ଗୁରୁବାର ସଂଧ୍ୟାରେ ବସ ଦୁର୍ଘଟଣା ଘଟି ୩୦ ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଭାରସାମ୍ୟ ହରାଇଘାଟିର ୱାଲ ଉପରେ ବସିଟି ଚଢିଯାଇଥିଲା । ଦୁର୍ଘଟଣାରେ ଶିକାର ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ଗାଡି ଦୁର୍ଘଟଣା ହୋଇଥିବା ବେଳେ ସ୍ଥାନୟୀ ଲୋକ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣାରେ ଆହତ ଲୋକଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାଯାଇଛି ।

ଦୁର୍ଘଟଣା ସମୟରେ ଏକ କାର ସେହି ବାଟ ଦେଇ ଯାଉଥିବା ବେଳେ କାର ଥିବା କିଛି ଲୋକ ଅଟକି ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦୁଇଟି ୧୦୮ ଆମ୍ବୁଲାନ୍ସ ଓ ସ୍ଥାନୀୟ ଦମକଳ ଗାଡି ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ତଥାପି ଦୁର୍ଘଟଣା ସ୍ଥଳରେ ପ୍ରାୟ ଦୁଇରୁ ତିନି ଯାତ୍ରୀ ବସ ଭିତରେ ଚାପି ରହିଥିବା ସନ୍ଦେହ କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି । ଘଟଣା ସ୍ଥଳରେ ଜି.ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.