ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଜେରା କରିବା ପାଇଁ ଝାରପଡା ଜେଲରେ ଏନଆଇଏର ୩ ଜଣିଆ ଟିମ୍‌

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସଏଫ୍‌ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସେପ୍‌ଟେମ୍ବର ୯ ତାରିଖରେ କୋରାପୁଟ ବୈପାରୀଗୁଡ଼ା ପୁଲିସ ହାତରେ ଧରାପଡ଼ିଥିଲା ଦୁବାସି । ଦୁବାସି ବର୍ତମାନ ଝାରପଡ଼ା ଜେଲରେ । ମାଓ ଲିଙ୍କକୁ ନେଇ ଏନଆଇଏର ୩ ଜଣିଆ ଟିମ୍‌ ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଜେରା କରିବା ପାଇଁ ଝାରପଡା ଜେଲରେ ପହଁଚିଛନ୍ତି । ପଚରାଉଚରା ବେଳେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ନେଇ ବାହାର କରିବେ ବହୁ ଗୁମର ।

ଦୁବାସିଙ୍କୁ ଜେରା କରିବାକୁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଦେଇଛନ୍ତି ଅନୁମତି । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏକାଧିକ ହିଂସାକାଣ୍ଡରେ ସମ୍ପୃକ୍ତି ଥିଲା । ଦୁବାସି ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

Leave A Reply

Your email address will not be published.