ଓମିକ୍ରନ ଆକ୍ରାନ୍ତ ହୋମ ଆଇସୋଲେସନରେ ରହି ପାରିବେ ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): କରୋନାର ନୂଆ ଭାରିଆଂଟ ଓମିକ୍ରନ ଏବେ ଚିନ୍ତାର କାରଣ ହୋଇଛି । କାହିଁକି ନା ଭାରତରେ ଓମିକ୍ରନ ପଜିଟିଭ ସେତେ ନଥିଲେ ମଧ୍ୟ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଓମିକ୍ରନ । ଓଡ଼ିଶାରେ ଏପର୍ଯ୍ୟନ୍ତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ ବି ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କୌଣସି ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେ ଆଇସୋଲେସନରେ ରହି ପାରିବେ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ କହିଛନ୍ତି, ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । ଓମିକ୍ରନ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ କରାଯିବ । ଆକ୍ରାନ୍ତ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନଆସିବେ ବ୍ୟବସ୍ଥା କରାଯିବ । ସେ ଆହୁରି କହିଛନ୍ତି, ଓମିକ୍ରନ ଡେଲଟାଠାରୁ ୫ ଗୁଣା ଅଧିକ ସଂକ୍ରମଣ କରୁଛି । ସାଧାରଣ କୋଭିଡ ଭଳି ଏହାର ଲକ୍ଷଣ ରହୁଛି । ଏହା ଉପରେ ଭ୍ୟାକସିନ କେତେ ପ୍ରଭାବ ପକାଇବ ତାର ପରୀକ୍ଷା ଚାଲିଛି ।

Leave A Reply

Your email address will not be published.