ଡିବି ନିଆଁରେ ପୋଡିହୋଇ ଯୁବତୀଙ୍କ ମୃତ୍ୟୁ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇରେ । ଡିବିରି ନିଆଁରୁ ଜଣେ ଯୁବତୀ ଜୀବନ୍ତ ଜଳି ଯାଇଛନ୍ତି । ଏହି ଦୁଃଖଦ ଘଟଣା ବଣାଇର ଭାଲୁଡୁଙ୍ଗୁରି ଗାଁର ସ୍ୱପ୍ନଶ୍ୱରୀ ମୁଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଘଟିଛି । ସମସ୍ତେ ଶୋଇଥିବା ବେଳେ ଡିବିରି ନେଇ ଯାଉଥିବା ବେଳେ ଯୁବତୀଙ୍କ ଲୁଗାରେ ନିଆର୍ ଲାଗି ଯାଇଥିଲା । ଜୀବନ ବଞ୍ଚାଇବାକୁ ଚିତ୍କାର କରିଥିଲେ ଯୁବତୀ ।

ପରିବାର ଲୋକ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ ଯୁବତୀ ଜଣଙ୍କ ଲହୁଣୀପଡାର ଏକ କଲେଜରେ ଯୁକ୍ତ ୩ରେ ପଢୁଥିଲେ । ବଣାଈ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.