ବରଯାତ୍ରୀଙ୍କୁ ନେଇ ଫେରୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ , ୪ ଗୁରୁତର, ୨୫ରୁ ଅଧିକ ଆହତ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବାହାଘର ସାରି ବରଯାତ୍ରୀ ନେଇ ଫେରୁଥିବା ବେଳେ ଗୋଟିଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାଘର ସାରି ୩୫ ଜଣ ବରଯାତ୍ରୀ ବସ୍‌ରେ ପାରଳାଖେମୁଣ୍ଡିରୁ ପୋଲସରା ରୁମାଗଡ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହେବାରୁ ବସଯାତ୍ରୀଙ୍କ ମଧ୍ୟରୁ ୪ ଗୁରୁତର ହୋଇଛନ୍ତି ଓ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବୋମିକା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍‌ । ଆହତମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରାତି ୧ଟା୨୫ରେ ପାରଳାଖେମୁଣ୍ଡିରୁ ବାହାରି ମାତ୍ର ୨୪ କିଲୋମିଟର ଯିବା ପରେ ସେବକପୁର ନିକଟରେ ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.