ଭୁବନେଶ୍ୱର,(ଏସ୍.ନ୍ୟୁଜ): ବହୁଚର୍ଚ୍ଚିତ ସମ୍ବଲପୁରୀ ଗିତ ରଙ୍ଗବତୀ ର ରଚୟତା ପଦ୍ମଶ୍ରୀ ମିତ୍ରଭାନୁ ହଠାତ ଅସୁସ୍ଥ ହୋଇପଡି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ପ୍ରଥମେ ତାଙ୍କୁ ସମ୍ବଲପୁର ସଦର ମେଡିକାଲ ଭର୍ତ୍ତି କରାଯାଇଛିଥିଲା । ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ତାଙ୍କୁ ହୃଦଘାତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।