ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ଅଞ୍ଚଳରେ ୧୧ଟି ସ୍ୱତନ୍ତ୍ର ଥାନା ଖୋଲାଯିବ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଏବେ ଦେଶରେ ସାଇବର ଅପରାଧ ଭୀଷଣ ଭାବେ ବୃଦ୍ଧି ପାଇଛି । ସାଇବର ଅପରାଧୀ ମାନେ ନାନ ଫନ୍ଦିଫିକର କରି ଲୋକଙ୍କ ଠାରୁ ଟଙ୍କା ଠକି ନେଉଛନ୍ତି । ସାଇବର ଠକ ମାନେ ନାନା ପ୍ରଲୋଭନ ଦେଖାଉଥିବା ବେଳେ ସେମାନଙ୍କର ଚାଲାକିରେ ଫଶି ଯାଇ ଲୋକମାନଙ୍କ ବ୍ୟାଙ୍କ ଆକାଉଂଟରୁ ଟଙ୍କା ଗାଏବେ ହୋଇଯାଉଛି । ତେଣୁ ସାଇବର ଅପରାଧ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସାରା ବିଶ୍ୱ ସାଇବର ଅବରାଧକୁ ନେଇ ଚିନ୍ତାରେ । ସାଇବର ଅପରାଧକୁ ନିୟନ୍ତ୍ରଣ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ହେଲେ ଠକ ଖୋଜି ବାହାର କରୁଛନ୍ତି ନୂଆ ନୂଆ କୌଶଳ । ଏମିତି ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ଓ ଏହାର ଶିକାର ହେଉଥିବା ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୧ଟି ସ୍ୱତନ୍ତ୍ର ଥାନା ଖୋଲାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ୩ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ନୂଆ ବ୍ୟବସ୍ଥା ସହ ମିଶିଯିବ । ଏହାଦ୍ୱାରା ଥାନ ସଂଖ୍ୟା ୧୪ରେ ପହଞ୍ଚିଛି ।କଟକ, ଭୁବବନେଶ୍ୱର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ୱର, ମୟୁରଭଂଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳରେ ଏହି ଥାନା ପ୍ରତିଷ୍ଠା କରାଯିବ ।

ଥାନାଗୁଡ଼ିକରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି । ସେମାନଙ୍କ ମଧ୍ୟରେ ୧୪ଟି ଇନ୍ସପେକ୍ଟର, ୨୮ଟି ସବ୍‌ଇନ୍ସପେକ୍ଟର, ୨୮ଟି ଏଏସ୍‌ଆଇ (ଯୋଗାଯୋଗ), ୨୮ଟି କନେଷ୍ଟବଳ (ଯୋଗାଯୋଗ) ଓ ୫୬ଟି କନେଷ୍ଟବଳ ପଦବୀ ରହିଛି । ଏହା ବ୍ୟତୀତ ଫାଇନାନ୍ସ ଓ ଆକାଉଣ୍ଟ ଆନାଲିଷ୍ଟ, ଆଇଟି ଏକ୍ସର୍ପଟ ଓ ସାଇବର ଫୋରେସିକ ଏକ୍ସର୍ପଟ ପରି ୯୦ ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଥାନାରେ ନିୟୋଜିତ କରାଯିବ ବୋଲି ଜଣାଯାଇଛି । ରାଜ୍ୟ ସଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବା ସହିତ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.