୨ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ରଖି ଯୁବକ ବନ୍ଧା ହେଲା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପୁଣି ଲଜ୍ଜା । ରାଉରକେଲାର ଉଦିଦ ନଗରରେ ଘଟିଛି ପୁଣି ଏକ ଲଜ୍ଜାକର ଘଟଣା । ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ ରଖି ଜଣେ ଯୁବକ ନିନ୍ଦିତ ହେବା ସହ ପୋଲିସ ଦ୍ୱାରା ବନ୍ଧା ହୋଇ ହାଜତକୁ ଯାଇଛି । ନାବାଳକଙ୍କୁ ପ୍ରଲୋଭନ ଦେଖାଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗ ହେବା ପରେ ବନ୍ଧା ହେଲା ଯୁବକ । ଘଟଣା ଘଟିଛି ରାଉରକେଲାର ଉଦିତନଗର ଥାନା ଅଞ୍ଚଳରେ ।

ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ବିଭିନ୍ନ ପ୍ରଲୋଭନ ଦେଖାଇ ଜଣେ ୫ ବର୍ଷ ଓ ଜଣେ ୭ ବର୍ଷ ବାଳକଙ୍କ ସହ ଯୌନ ସମ୍ପର୍କ ରଖିଥିଲା । ଏପରିକି ଗତ ୩ ମାସ ହେଲା ଯୁବକ ଜଣଙ୍କ ନାବାଳକ ଦ୍ୱୟଙ୍କ ସହ ସମ୍ପର୍କ ରଖିଆସିଥିଲା । କୌଣସି ସୂତ୍ରରୁ ଖବର ପାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଦୁଇ ନାବାଳକଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି । ଘଟଣାର ତଦନ୍ତ କରିବା ସହ ଉଭୟ ନାବାଳକଙ୍କ ଯତ୍ନ ନେବାକୁ ଚାଇଲ୍ଡ ଲାଇନକୁ ଦାୟିତ୍ୱ ଦେଇଛନ୍ତି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ।

Leave A Reply

Your email address will not be published.