କଣ୍ଟ୍ରାକ୍ଟ କିଲିଂ ମାଷ୍ଟରମାଇଣ୍ଡ ଗିରଫ : ହତ୍ୟା ଷଡ଼ଯନ୍ତ୍ର ପଛରେ ନକଲି ସାମ୍ବାଦିକ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ସୁପାରି କିଲର ସମ୍ପଦ ଓ ପ୍ରଶାନ୍ତକୁ ଟଙ୍କା ଦେଇ ବ୍ୟବସାୟୀଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିବା ମାଷ୍ଟରମାଇଣ୍ଡକୁ ଅତି ଚତୁରତାର ସହ ଗିରଫ କରିଛି ନୟାପଲ୍ଲୀ ପୋଲିସ । କଣ୍ଟ୍ରାକ୍ଟ କିଲର ଗିରଫ ମାମଲାରେ ଜୋରସୋରରେ ତନାଘନା କରି ହତ୍ୟା ଷଡ଼ଯନ୍ତ୍ର ପଛର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ସିଏ ଜଣେ ନକଲି ସାମ୍ବାଦିକ ବୋଲି ପୋଲିସ ଜାଣିବାକୁ ପାଇଛି । ନକଲି ସାମ୍ବାଦିକ ରାଜେନ୍ଦ୍ରଠାରୁ କାର ସହ ୫ ଲକ୍ଷ ଟଙ୍କା, ୧୦୦ଟି ଏଟିଏମ୍‌ ଓ କ୍‌ରେଡିଟ୍‌ କାର୍ଡ, ୨୦ଟି ମୋବାଇଲ୍‌ ଜବତ କରିଛି ପୋଲିସ । ରାଜେନ୍ଦ୍ର ମଲ୍ଲିକ ଓ ବ୍ୟବସାୟୀଙ୍କ ମଧ୍ୟରେ ୩୦ ହଜାର ଟଙ୍କାକୁ ନେଇ ବିବାଦ ଥିଲା ।

ସୁପାରି କିଲର ସମ୍ପଦ ଓ ପ୍ରଶାନ୍ତକୁ ଟଙ୍କା ଦେଇ ବ୍ୟବସାୟୀଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିଲା ରାଜେନ୍ଦ୍ର । ହେଲେ ଘଟଣା ପୂର୍ବରୁ ସମ୍ପଦ ଓ ତା ସହଯୋଗୀକୁ ଗିରଫ କରିବାରେ ସଫଳ ହୋଇଥିଲା ନୟାପଲ୍ଲୀ ପୋଲିସ । ରିମାଣ୍ଡ ବେଳେ ପୋଲିସ ଆଗରେ ସବୁ ସତ ଉଗାରିଥିଲା ସମ୍ପଦ । ସମ୍ପଦଠାରୁ ସଂଗ୍ରହ କରାଯାଇଥିବା ତଥ୍ୟ ଓ ପ୍ରମାଣକୁ ଆଧାର କରି ରାଜେନ୍ଦ୍ରକୁ ଗିରଫ କରାଯାଇଛି । ରାଜେନ୍ଦ୍ରକୁ ଅଧିକ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ଆଣିବ ।

Leave A Reply

Your email address will not be published.