ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା: ୭ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର, ସପ୍ତାହକ ମଧ୍ୟରେ ଆଉ ୪ ହଜାର ଶିକ୍ଷକ ନିଯୁକ୍ତି ପାଇବେ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ରାଜ୍ୟରେ ୫-ଟି କାର୍ଯ୍ୟକ୍ରମ ବେଶ୍‌ ଉତ୍ସାହଜନକ ସ୍ଥିତିରେ ପହଂଚିଛି । ୫-ଟି ଅନ୍ତର୍ଗତ ବିଭିନ୍ନ ଯୋଜନାର ରୁପାନ୍ତରୀକରଣ ଉପରେ ରାଜ୍ୟ ସରକାର ଜୋର ଦେଇ ସେସବୁକୁ କାର୍ଯ୍ୟକାରୀ କରାଉଛନ୍ତି । ଭିତିଭୂମି ସଜାଡୁଛନ୍ତି । ଏହି ପରିପ୍ରେକ୍ଷୀରେ ୫-ଟି ଉପକ୍ରମରେ ସ୍କୁଲ ଭିତ୍ତିଭୂମି ରୁପାନ୍ତର ସହ ଶିକ୍ଷକ ନିଯୁକ୍ତି ଉପରେ ବି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ଉପଲକ୍ଷେ ଚଳିତବର୍ଷ ୧୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ମଧ୍ୟରେ ୭ ହଜାର ହାଇସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି । ଏହା ବାଦ୍‌ ସପ୍ତାହକ ମଧ୍ୟରେ ଆଉ ୪ ହଜାର ଶିକ୍ଷକ ନିଯୁକ୍ତି ପାଇବେ । ଶିକ୍ଷାକ୍ଷେତ୍ରରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଶିକ୍ଷାବିତ୍‌ ଓ ଶିକ୍ଷକ ସଂଘ ସ୍ୱାଗତ କରିଛନ୍ତି ।

ଏହି ଅବସରରେ ଆସନ୍ତା ୧୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଏହି ନବନିଯୁକ୍ତ ଶିକ୍ଷକମାନଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକାଥରେ ୧୧ ହଜାର ୪ ଶହ ଶିକ୍ଷକ ନିଯୁକ୍ତି ଯୋଜନା ଥିଲା । ୫-ଟି ଉପକ୍ରମରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରୀ, ଡିଜିଟାଲ ଟେକ୍ନୋଲୋଜିରେ ପାଠପଢ଼ା ବ୍ୟବସ୍ଥା କରାଯାଉଛି । ଏହା ସହ ଶିକ୍ଷକ ପଦବି ପୂରଣ ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.