କର୍ତବ୍ୟରତ ମହିଳା ହୋମଗାର୍ଡଙ୍କୁ ଛୁରାମାଡ: ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତି

ରାୟଗଡା,(ଏସ୍‌.ନ୍ୟୁଜ): ଜଣେ କର୍ତବ୍ୟରତ ମହିଳା ହୋମଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଡ୍ୟୁଟି କରୁଥିବା ସମୟରେ ତାଙ୍କୁ ଜଣେ ଯୁବକ ଛୁରାମାଡ କରି ଫେରାର ହୋଇଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡାରେ । ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରରେ କର୍ତବ୍ୟରତ ଜଣେ ମହିଳା ହୋମଗାର୍ଡଙ୍କୁ ଛୁରାମାଡ଼ ହୋଇଛି । ଆହତ ହୋମଗାର୍ଡ ହେଲେ ରୀନା ବିଡ଼ିକା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଜେକେପୁର ଗୋପବନ୍ଧୁ ଛକରେ ରୀନା କାର୍ଯ୍ୟରତ ଥିବା ବେଳେ, ଟ୍ରାଫିକ ନିୟମ ଉଲଂଘନ କରୁଥିବା ଜଣେ ଯୁବକଙ୍କୁ ଅଟକାଇଥିଲେ । ଏହି ସମୟରେ ଯୁବକ ଜଣକ ରୀନାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଥିଲା । ସେପଟେ ଫେରାର ଯୁବକଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।

Leave A Reply

Your email address will not be published.