କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ୱାର୍ଡ଼ ସଂରକ୍ଷଣର ଚିଠା ତାଲିକା ପ୍ରକାଶ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପୌର ପରିଷଦ ନିର୍ବାଚନକୁ ନେଇ ଏବେ ସଜାଗ ପ୍ରଶାସନ । ଗୋଟିଏ ପରେ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଉଥିବା ବେଳେ ଆଜି ଶନିବାର ଆଉ ପାଦେ ଆଗେଇଛି ପୌର ନିର୍ବାଚନ ପ୍ରକ୍ରିୟା । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ୱାର୍ଡ଼ ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଚିଠା ତାଲିକା ପ୍ରକାଶ ପାଇଥିବା ବେଳେ ପ୍ରକାଶିତ ଚିଠା ତାଲିକା ଉପରେ ଆପତ୍ତି ଅଭିଯୋଗ ପାଇଁ ୧୦ ଦିନ ସମୟ ଦିଆଯାଇଛି । ପୂର୍ବରୁ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସଂରକ୍ଷଣ ଚୁଡ଼ାନ୍ତ ହୋଇଛି ।

ରାଜ୍ୟରେ ଥିବା ୫ଟି ମହାନଗର ମଧ୍ୟରୁ ରାଉରକେଲା ଓ ସମ୍ବଲପୁରକୁ ବାଦ୍‌ ଦେଇ ୩ଟି ମହାନଗରର ୱାର୍ଡ଼ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଆଶାୟୀ ଚିନ୍ତାରେ ଅଛନ୍ତି । ଅନ୍ୟପକ୍ଷରେ କଟକରେ ଚିଠା ତାଲିକା ଉପରେ ଅଭିଯୋଗ କରିବା ପାଇଁ ସଜବାଜ ଚାଲିଛି । ଡ଼ିସେମ୍ବର ୨୯ ତାରିଖରେ ୩ ମହାନଗର ନିଗମର ଚୁଡ଼ାନ୍ତ ୱାର୍ଡ଼ ସଂରକ୍ଷଣ ତାଲିକା ପ୍ରକାଶ ପାଇବ ।

Leave A Reply

Your email address will not be published.