ସ୍କୁଲ ଅପେକ୍ଷା ହଷ୍ଟେଲରେ ଅଧିକ ସଂକ୍ରମଣ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): କରୋନାକୁ ନେଇ ସ୍କୁଲ ପାଇଁ ଏସଓପି କଡାକଡି ହୋଇଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସଂକ୍ରମିତ ଚିହ୍ନଟକୁ ନେଇ ସ୍କୁଲ ଅପେକ୍ଷା ହଷ୍ଟେଲରୁ ଅଧିକ କରୋନା ପଜିଟିଭ୍‌ ରିପୋର୍ଟ ଆସିଥିବା ସେ କହିଛନ୍ତି । ସେ କହିଛନ୍ତି କିଛି ଶିକ୍ଷକ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ପଜିଟିଭ୍‌ ଛାତ୍ରଛାତ୍ରୀଙ୍କ ପାଇଁ ସଙ୍ଗରୋଧ ବ୍ୟବସ୍ଥା କରାଯାଇଛି । ଶିକ୍ଷକ ଓ କର୍ମଚାରୀମାନଙ୍କୁ କରୋନା ଟିକା ଦିଆଯାଇଛି । ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ଶୀଘ୍ର ଟିକା ନିଅନ୍ତୁ ।

ସେ ଆହୁରି କହିଛନ୍ତି-କଲେଜରେ ପଢୁଥିବା ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କୁ ତୁରନ୍ତ ଟିକା ନିଅନ୍ତୁ । ଲକ୍ଷଣ ବାହାରିଲେ ସ୍କୁଲ ନଆସି କରୋନା ନିୟମ ମାନନ୍ତୁ । ରାଜ୍ୟରେ ଏପର୍ଯ୍ୟନ୍ତ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ନାହାନ୍ତି । ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ଥିବା କହିଛନ୍ତି ଡ. ମିଶ୍ର ।

Leave A Reply

Your email address will not be published.