କରୋନାକୁ ନେଇ ସ୍କୁଲ ପାଇଁ ଏସଓପି କଡାକଡି କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): କରୋନା ମହାମାରୀର ନୂଆ ଭାରିଆଂଟକୁ ନେଇ ସଜାଗ ଓଡ଼ିଶା ସରକାର । ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ଥିବା ସ୍କୁଲ ଖୋଲିଲା ପରେ ଉତ୍ସାହର ସହିତ ପିଲାମାନେ ପାଠ ପଢ଼ିବାକୁ ଯାଉଛନ୍ତି । ମାତ୍ର ଓମିକ୍ରନ ଚିନ୍ତା ବଢ଼ାଇ ଦେଇଛି । ସେଥିପାଇଁ କରୋନାକୁ ନେଇ ସ୍କୁଲ ପାଇଁ ଏସଓପି କଡାକଡି କଲା ଗଣଶିକ୍ଷା ବିଭାଗ । ଥଣ୍ଡା ଜ୍ୱର ଥିଲେ ବିଦ୍ୟାଳୟ ନଆସିବାକୁ ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ସେ କହିଛନ୍ତି, ସ୍କୁଲଗୁଡ଼ିକରେ ଟେଷ୍ଟିଂ କରାଯାଉଛି । ସ୍କୁଲ ଆସିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି । ସ୍କୁଲକୁ ଅଧିକ ଛାତ୍ରଛାତ୍ରୀ ଆସୁଥିବାରୁ ଉପସ୍ଥାନ ବଢ଼ିଛି । ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ସ୍କୁଲ ଆସିବାକୁ ନେଇ ଅବିଭାବକଙ୍କ ସହମତି ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିଥିବା କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.