କୋର୍ଟଙ୍କ ଆଦେଶକୁ ଅବମାନନା କଲେ ଡାକ୍ତର ସୁମିତ: ତପସ୍ୱିନୀଙ୍କୁ ଛାଡି ଫେରାର

କୋର୍ଟଙ୍କ ନିର୍ଦ୍ଦେଶର ଦିନକ ପରେ ୫ ଦିନ ଛୁଟି ନେଇ ସୁମିତ କେଉଁ ଆଡେ଼ ଚାଲି ଯାଇଛନ୍ତି । ଭଡ଼ା ଘରେ ରହଣୀ ସମୟରେ ତପସ୍ୱିନୀଙ୍କ ସମସ୍ତ ଖର୍ଚ୍ଚ ସ୍ୱାମୀ ବହନ କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରିବାର ଲୋକ ଦମ୍ପତିଙ୍କୁ ଭେଟିବା ଲାଗି ମଧ୍ୟ କୋର୍ଟ ଅନୁମତି ଦେଇଥିଲେ ।

ପ୍ରାୟ ୧୧ ଦିନ ଧରି ତପସ୍ୱିନୀ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ । ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଆସିକା ଥାନା ଅଧିକାରୀଙ୍କ ହେପାଜତରେ ସ୍ୱାମୀ, ସ୍ତ୍ରୀଙ୍କୁ ପ୍ରଥମେ ୭ ଦିନ ପାଇଁ ଚିନିକଳ ବାସଭବନରେ ସମସ୍ତଙ୍କ ଠାରୁ ଦୂରେଇ ରଖା ଯାଇଥିଲା । ଗତକାଲି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ ଆଇଆଇସି । ପରେ କୋର୍ଟ ଆଉ ୭ ଦିନ ଉଭୟ ଭଡ଼ା ଘରେ ରହିବାକୁ ଆଦେଶ ଦେଇଥିଲେ ।

Leave A Reply

Your email address will not be published.