ଯାଜପୁର,(ଏସ୍.ନ୍ୟୁଜ): ଯାଜପୁର କୋରାଇ ଥାନା ରଗଡ଼ି ଗାଁରେ ପୁଣି ପ୍ରେମ ଜନିତ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ପ୍ରେମିକ ପ୍ରେମିକା ଦୁହେଁ ଦୁଇଜଣଙ୍କୁ ଭଲ ପାଇ ବସିଲେ । ପ୍ରେମିକ ପ୍ରେମିକାକୁ ବିବାହ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ମାତ୍ର ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଠକିଦେଲା ପ୍ରେମିକ । ନ୍ୟାୟ ପାଇଁ ଏବେ ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଛନ୍ତି ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର କୋରାଇ ଥାନା ରଗଡ଼ି ଗାଁରେ । ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ଏବେ ପ୍ରେମିକ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ପ୍ରେମିକା । ପ୍ରେମିକ ରଞ୍ଜନ କୁମାର ଆଚାର୍ଯ୍ୟ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।
ଉଭୟେ ଲିଭ୍ ଇନ୍ ରିଲେସନରେ ରହୁଥିଲେ । କିଛିଦିନ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ପ୍ରେମିକାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ରଞ୍ଜନ । ଏନେଇ ମହିଳା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ପ୍ରେମିକା । ହେଲେ ଆଜି ସନ୍ଧ୍ୟାରୁ ରଞ୍ଜନଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରୁଛି ।