ହାର୍ଡକୋର ମାଓବାଦୀ ସୁବାସିକୁ ଜେରା କରିବା ଲାଗି ଜୟପୁରରେ ପହଂଚିଲେ ଏନଆଇର ୨ ଜଣିଆ ଟିମ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ୨୦୧୨ ମସିହା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ମାଓ ଅପରେସନ୍‌ରେ ମୃତ୍ୟୁବରଣ କରିଥିବା ୨ ଜଣ ଯବାନଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ କାରଣରୁ ଗିରଫ ହାର୍ଡକୋର ମାଓ ନେତା ଦୁବାସି ଶଙ୍କରକୁ ପଚରାଉଚରା କରିବା ପାଇଁ ଏନଆଇଏ ଟିମ୍‌ ଜୟପୁର ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି । ଏହି ଅବସରରେ ଜୟପୁରରେ ଏନଆଇଏର ୨ ଜଣିଆ ଟିମ୍‌ ଆସି ପହଂଚିଛନ୍ତି । କୋର୍ଟ ଏନଆଇଏ କରିଥିବା ଆବେଦନର ତର୍ଜମା କରୁଛନ୍ତି । ଗତ ସେପ୍ଟେମ୍ବର ମାସରେ ଟପ୍‌ ମାଓ ନେତା ଦୁବାସିକୁ ଗିରଫ କରିଥିଲା ପୋଲିସ । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଅପରେସନରେ ଦୁବାସି ଶଙ୍କରକୁ ଗିରଫ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଅପରେସନ୍‌ ପାଇଁ ବିଏସଏଫର ଏକ ଟିମ୍‌ ବୋଲେରୋ ଯୋଗେ ଯାଉଥିବା ବେଳେ ଆଇଇଡି ବ୍ଲାଷ୍ଟ ସହ ଗୁଳିମିନିମୟ ହୋଇଥିଲା । ଏଥିରେ ଜଣେ କମାଣ୍ଡାଂଟ ଓ ଆସିଷ୍ଟାଂଟ କମାଣ୍ଡାଂଟଙ୍କ ସହ ଆଉ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଆଉ ୨ ଜଣ ଗୁରୁତର ଆହାତ ହୋଇଥିଲେ । ସେହି ଘଟଣାର ତଦନ୍ତ ପାଇଁ ଦୁବାସିକୁ ଜେରା କରିବାକୁ ଏନଆଇଏ ଟିମ୍‌ ଜୟପୁର ଏସଡିଜେଏମଙ୍କ କୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି ।

ଆହୁରି ମଧ୍ୟରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହାର୍ଡକୋର ନକ୍ସଲ ଦୁବାସି ଶଙ୍କର ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଦୁବାସି ଶଙ୍କର ନାଁରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ବହୁ ମାମଲା ରହିଛି । ସେ ୧୯୮୭ରୁ ମାଓ ସଙ୍ଗଠନରେ ସକ୍ରିୟ ରହିଥିଲା । ଆନ୍ଧ୍ରପ୍ରଦେଶ ପୋଲିସ ନିକଟରେ ଦୁବାସି ଶଙ୍କର ବିରୋଧରେ ୩୨ଟି ମାମଲା ଥିବାବେଳେ ତେଲଙ୍ଗାନାରେ ୨୪ଟି, ମାଲକାନଗିରିରେ ୧୭ଟି ଓ କୋରାପୁଟ ପୋଲିସ ନିକଟରେ ୪ଟି ମାମଲା ରହିଛି ।

Leave A Reply

Your email address will not be published.