ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ବିଦେଶ ଫେରନ୍ତାଙ୍କ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରାକିଂକୁ ଜୋରଦାର କରାଯିବ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): କରୋନାର ନୂଆ ଭୂତାଣୁ ବା ନୂଆ ଭାରିଆଂଟ ଓମିକ୍ରନ ସାରା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କରୋନାର ଡେଲଟା ଭାରିଆଂଟ ସଂପ୍ରତି ସମସ୍ତଙ୍କୁ ଗ୍ରାସ କରିଥିବା ବେଳେ ନୂଆ ଭାରିଆଂଟ ଓମିକ୍ରନ ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ।
ଏହାକୁ ନେଇ ଓଡ଼ିଶା ସରକାର ଅଂଟା ଭିଡିଛନ୍ତି । ଓମିକ୍ରନର ପ୍ରତିହତ ପାଇଁ ରାଜ୍ୟ ସରକାର ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଣିକି ସମସ୍ତ ବିଦେଶ ଫେରନ୍ତାଙ୍କ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରାକିଂକୁ ଜୋରଦାର କରାଯିବ । କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ ନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଓମିକ୍ରନରେ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଚିକିତ୍ସା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି ।

ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଓମିକ୍ରନ୍‌ କ୍ଷୀପ୍ର ଗତିରେ ସଂକ୍ରମଣ କରୁଛି । କିନ୍ତୁ ଏହା ସେତେଟା ପ୍ରାଣଘାତି ହୋଇନଥିବାରୁ ଗୋଷ୍ଠୀଗତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ । ଏହାସହିତ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ପ୍ରଥମ ଡୋଜ୍‌ ଟିକା ନେଇସାରିଛନ୍ତି ସେମାନେ କିପରି ଦ୍ୱିତୀୟ ଡୋଜ ଟିକା ନେବେ ସେଥିପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.