ଭୁବନେଶ୍ୱର,(ଏସ୍.ନ୍ୟୁଜ): ମାଓବାଦୀ ମାନଙ୍କ ବିରୋଧରେ ବିଏସଏଫର ଆଉ ଏକ କଡା ପଦକ୍ଷେପ । ମାଓବାଦୀ ମାନଙ୍କର କାର୍ଯ୍ୟକଳାପ ଓ ମାଓଦମନ ପାଇଁ ସ୍ୱାଭିମାନ ଅଂଚଳରେ ବିଏସଏଫର ଆଉ ଏକ କ୍ୟାମ୍ପ ନିର୍ମାଣ କରିଛି । ମାଲକାନଗିରିର ଘନବେଡ଼ାରେ ଓଡ଼ିଶା ପୋଲିସ ଓ ବିଏସଏଫ୍ ପକ୍ଷରୁ ଆଉ ଏକ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । କ୍ୟାମ୍ପ ପ୍ରତିଷ୍ଠା ପାଇଁ ବିଏସଏଫକୁ ସାହାଯ୍ୟ ସହଯୋଗ କରିଛନ୍ତି ସ୍ୱାଭିମାନ ଅଂଚଳବାସୀ ।
ଏନେଇ ଓଡ଼ିଶା ପୋଲିସ ଓ ବିଏସଏଫକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାଭିମାନ ଅଂଚଳର ଘନବେଡ଼ାରେ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଂଚଳର ଭିତିଭୂମିର ଦ୍ରୁତ ବିକାଶ ସହ ନକ୍ସଲଙ୍କ ମୁକାବିଲା ହୋଇ ପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।