ଭୁବନେଶ୍ୱର,(ଏସ୍.ନ୍ୟୁଜ): ପୁଣି ମିଡିଆ ଜଗତରୁ ଜଣେ ସାମ୍ବାଦିକଙ୍କ ପ୍ରାଣହାନୀ ଘଟିଛି । ଜଣାଶୁଣା ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କ ପରଲୋକ ଘଟିଛି । ନ୍ୟୁଜ ୭ର ଜିଲ୍ଲା ପ୍ରିତିନିଧି ମହମ୍ମଦ ଅସଲମ୍ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା । ସେ ପୂର୍ବରୁ ବ୍ରେନ୍ ହାମରେଜ୍ ଯୋଗୁଁ ଗୁରୁତର ଥିଲେ । ଗତକାଲି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇ ଅସ୍ତ୍ରୋପଚାର କରା ଯାଇଥିଲା ।

ଅସ୍ତ୍ରୋପଚାର ପରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା ଓ ଗୁରୁବାର ସନ୍ଧ୍ୟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ସେ ଜଣେ କର୍ତବ୍ୟ ନିଷ୍ଠା ସାମ୍ବାଦିକ ଥିଲେ । ତାଙ୍କ ମୃତ୍ୟୁ ଗଣମାଧ୍ୟମ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ଥିବାବେଳ ତାଙ୍କ ମୃତ୍ୟୁ ଖବର ଅଂଚଳବାସୀଙ୍କୁ ବ୍ୟଥିିତ କରିଛି ।