ଲଜିଷ୍ଟିକ୍ସ ଭତିଭୂମିର ସର୍ବେକ୍ଷଣ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ: ହାତ ମିଳାଇଲେ ରାଜ୍ୟ ସରକାର ଓ କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥା ରାଇଟ୍ସ ଲିମିଟେଡ୍‌ ସହ ଇଣ୍ଡିଆନ୍‌ ଚାମ୍ବର ଅଫ କମର୍ସ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ରାଜ୍ୟର ଆଭ୍ୟନ୍ତରିଣ ଭିତିଭୂମିର ବିକାଶ ପାଇଁ ଓଡ଼ିଶା ସରକାର ନାନା ଉନ୍ନୟନମୂଳକ କାର୍ଯ୍ୟପନ୍ଥା ସ୍ଥିର କରୁଥିବା ବେଳେ ବୁଧବାର ସରକାର ଆଉ ପାଦେ ଆଗେଇ ରାଜ୍ୟର ଲଜିଷ୍ଟିକ୍ସ ଭିତିଭୁମି ସର୍ବେକ୍ଷଣ ପାଇଁ ଏକ ବୁଝାମଣା ପତ୍ର ପ୍ରସ୍ତୁତ କରାଯାଇ ତାକୁ ଚୂଡାନ୍ତ ରୂପ ଦିଆଯାଇଛି । ଏହି ଭିିତିଭୁମିର ସର୍ବେକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ସହିତ ରାଇଟ୍ସ ଲିମିଟେଡ୍‌ ଏବଂ ଆଇସିସିର ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଶାର ପରିବହନ ଭିତିିଭୂମିର ସର୍ବେକ୍ଷଣ କରିବା ସହ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରାଯିବ । ରାଜ୍ୟର ସଡ଼କ, ରେଳପଥ, ଆଭ୍ୟନ୍ତରୀଣ ଜଳପଥ, ସାଧାରଣ ପରିବହନ , ବନ୍ଦର ଏବଂ ବିମାନ ଯୋଗାଯୋଗ ଭଳି ସବୁ ପ୍ରକାର ଲଜିଷ୍ଟିକ ଭିତିଭୂମିକୁ ନେଇ ଇଣ୍ଡିଆନ୍‌ ଚାମ୍ବର ଅଫ କମର୍ସ ପକ୍ଷରୁ ଏକ ସର୍ବେକ୍ଷଣ କରିବାକୁ ନିଷ୍ପତି ନିଆଯାଇଛି । ଏହି ସର୍ବେକ୍ଷଣ କରିବା ଓ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଓଡ଼ିଶା ସରକାର ଓ କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥା ରାଇଟ୍ସ ଲିମିଟେଡ୍‌ ସହ ଇଣ୍ଡିଆନ୍‌ ଚାମ୍ବର ଅଫ କମର୍ସ ହାତ ମିଳାଇଛି ।

ଭୁବନେଶ୍ୱର ସ୍ଥିତ ଇଡକୋ ସମ୍ମିଳନୀ କକ୍ଷରେ ଏହି ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଓ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଇଣ୍ଡିଆନ୍‌ ଚାମ୍ବର ଅଫ କମର୍ସ ପକ୍ଷରୁ ଦୁଇଟି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ଗୋଟିଏ ଏମଓୟୁ ଓଡ଼ିଶା ସରକାରଙ୍କ ସହ ଓ ଅନ୍ୟଟି ରାଇଟ୍ସ ସହିତ ସ୍ୱାକ୍ଷର କରାଯାଇଛି ।

Leave A Reply

Your email address will not be published.