ବାତ୍ୟା ପରେ ପାଣିପାଗରେ ପରିବର୍ତନ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଜନିତ ବାତ୍ୟା ଏବେ ଥମିଛି । ଲଘୁଚାପ ଜନିତ ବର୍ଷା କମିବା ପରେ ପାଣିପାଗରେ ପରିବର୍ତନ ପରିଲକ୍ଷିତ ହୋଇଛି । ପ୍ରାୟତଃ ପାଗ ଏବେ ଶୁଖିଲା ରହିବା ବେଳେ ସ୍ଥାନେ ସ୍ଥାନେ ମେଘୁଆ ପାଗ ରହିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଂଚଳିକ ବିଜ୍ଞାନ ପାଣିପାଗ କେନ୍ଦ୍ର । ଏହାସହ ଉପାନ୍ତ ଏବଂ ପାହାଡ଼ିଆ ଅଂଚଳରେ ଜାଡ଼ ଅନୁଭୂତ ହେବ ବୋଲି ଜଣାପଡିଛି ।

ଅଧା ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୌଣସି ସତର୍କତା ଜାରି କରାଯାଇ ନଥିଲେ ମଧ୍ୟ କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.