ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପ୍ରସଙ୍ଗକୁ ଅଗ୍ରାହ୍ୟ କଲା କେନ୍ଦ୍ର : ବିଜେଡି ସାଂସଦଙ୍କ ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ ଓଡ଼ିଶୀ ସଂଗୀତ ବିଶାରଦ ଏବଂ ଗୁରୁମାନେ ଅହରହ ଉଦ୍ୟମ କରି ଆସୁଛନ୍ତି । ଏହାକୁ ସଫଳ ରୂପାୟନ ଦେବା ପାଇଁ ବହୁ ସେମିନାର ଏବଂ ବୈଠକ ମଧ୍ୟ ବସୁଛି । ମାତ୍ର ସଫଳ ହୋଇପାରୁନାହାନ୍ତି ରାଜ୍ୟ ସରକାର । ଆହୁରି ମଧ୍ୟ ବାରମ୍ବାର ଓଡ଼ିଶାର ଅଧିକାରକୁ କ୍ଷୂର୍ଣ୍ଣ କରୁଛନ୍ତି କେନ୍ଦ୍ର ସରକାର । ପ୍ରଥମେ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏବେ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅଗ୍ରାହ୍ୟ କରି ଦେଇଛି କେନ୍ଦ୍ରର ବିଜେପି ସରକାର । ଗୃହରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଓଡ଼ିଶୀ ସଂଗୀତକୁ ମାନ୍ୟତା ପ୍ରଦାନ ନେଇ ପ୍ରଶ୍ନ ପଚାରିଥିଲେ । ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡି । ଏହାକୁ ନେଇ ବିଜେଡି ସାଂସଦ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.