ଭୁବନେଶ୍ୱର,(ଏସ୍.ନ୍ୟୁଜ): ମଙ୍ଗଳବାର ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପଂଚାୟତିରାଜ, ନଗର ଉନ୍ନୟନ ପୂର୍ତ ଓ ଅନ୍ୟାନ୍ୟ ବିଭାଗର ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି । ବିଶ୍ୱସ୍ତରୀୟ ମେଡିକାଲ ନିର୍ମାଣ ଟେଣ୍ଡର ଖ ଆଣ୍ଡ ଞକୁ ମିଳିଛି ।
ବିଭିନ୍ନ ପଂଚାୟତର ପୋଖରୀ ସ୍ୱୟଂଶାସିତ ଗ୍ରୁପକୁ ପ୍ରଦାନକୁ ମିଳିଛି କ୍ୟାବିନେଟ୍ ଅନୁମୋଦନ । ଆଜି ସନ୍ଧ୍ୟା ୬ଟା ୩୦ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଧାନସଭା ଶୀତକାଳୀନ ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍ ନିଷ୍ପତି ନେଇ ବିସ୍ତୃତ ସୂଚନା ଦିଆଯାଇ ନାହିଁ ।