ସମ୍ବଲପୁରର ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବନ୍ଧାହେଲେ କୋଟିପତି ସରକାରୀ ବାବୁ । ଆୟ ବହିଃର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କ ଘର ସହିତ ଅନ୍ୟାନ୍ୟ ସ୍ଥାନରେ ରେଡ କରିଥିଲା । ଯାଂଚ ଏବଂ ଖୋଳତାଡ ପରେ ଯୁଜୁମରା ବ୍ଲକର ଝାଙ୍କରପାଲି ପିଇଓ ଅଚ୍ୟୁତାନନ୍ଦ ଖୁଂଟିଆଙ୍କୁ ସମ୍ବଲପୁର ି ଭିଜିଲାନ୍ସ ବିଭାଗ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା ତାଙ୍କ ନାଁରେ ।
କୋଟିପତି ପିଇଓଙ୍କୁ ସମ୍ବଲପୁର ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ରେଡ୍‌ ବେଳେ ପିଇଓ ଅଚ୍ୟୁତାନନ୍ଦଙ୍କ କୋଟିଏରୁ ଅଧିକ ମୂଲ୍ୟର ସମ୍ପତି ଠାବ କରିଛି । କୋଟିପତି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଚାକିରି କାଳରେ ଆୟ ଠାରୁ ୨୧୫ ଗୁଣ ସମ୍ପତି ଠୁଳ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.