ବ୍ୟାଙ୍କ ଡକାୟତି ଓ ଏଟିଏମ ଲୁଟ ରୋକିବାରେ ସିକ୍ୟୁରିଟ ଅଡିଟ କରିବ କମିଶନରେଟ ପୋଲିସ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବର୍ତମାନ କମିଶନରେଟ ପୋଲିସ ଆକ୍ସନମୋଡରେ । ଅପରାଧ ରୋକିବା ଦିଗରେ କମିଶନରେଟ ପୋଲିସ ନାନାବିଧ ସଂସ୍କାର ଆଣୁଥିବା ବେଳେ ବିଭିନ୍ନ ବସ୍ତିମାନଙ୍କରେ ମଧ୍ୟ ଅପରାଧ ରୋକିବାକୁ ପୋଲିସଙ୍କୁ ଅପରାଧୀଙ୍କ ବିଷୟରେ ସୂଚନା ଦେବା ପାଇଁ ପୋଲିସ ବନ୍ଧୁ ନିଯୁକ୍ତ କରିଥିବା ବେଳେ ରାଜଧାନୀରେ ବ୍ୟାଙ୍କ ଲୁଟ ଓ ଏଟିଏମ୍‌ ଲୁଟ ଉପରେ ରୋକ୍‌ ଲଗାଇବା ପାଇଁ କମିଶନରେଟ ପୋଲିସ ପଦକ୍ଷେପ ନେଇଛି । ଦ୍ୱୈତ ନଗରୀରେ ଥିବା ବିଭିନ୍ନ ବ୍ୟାଙ୍କ ଓ ଏଟିଏମର ସିକ୍ୟୁରିଟି ଅଡିଟ୍‌ କରିବ କମିଶନରେଟ ପୋଲିସ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିର୍ଦ୍ଦେଶ ଦେଇଛନ୍ତି ।

ସୁରକ୍ଷା ବ୍ୟବସ୍ଥା ସହ ସିସିଟିିଭି , ଅଲାରାମ ବ୍ୟବସ୍ଥା ଏବଂ ବ୍ୟାଙ୍କ ଓ ଏଟିଏମ ସାମ୍ନାରେ ସିକ୍ୟୁରିଟି ରହୁଛନ୍ତି କି ନାହିଁ ଯାଂଚ କରିବ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌ । ସୁରକ୍ଷା ବ୍ୟବସ୍ଥା ଯାଂଚ କରିବା ପାଇଁ ଜଣେ ଅତିରିକ୍ତ ଡିସିପି, ଏସିପିଙ୍କ ସହ ଆଇଆଇସି ବ୍ୟାଙ୍କ ଓ ଏଟିଏମର ସୁରକ୍ଷା ବ୍ୟବସ୍ଥାର ଅଡିଟ୍‌ କରିବେ ।

ଏହି ସିକ୍ୟୁରିଟି ଅଡିଟ୍‌ ଜୋନ ସ୍ତରରେ କରାଯିବ । ଅଡିଟ୍‌ କରି ୩୦ ଦିନ ମଧ୍ୟରେ ଡିସିପିଙ୍କୁ ରିପୋର୍ଟ ଦେବେ । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗାଇଡଲାଇନ୍‌ ଅନୁସାରେ ବ୍ୟାଙ୍କ ଓ ଏଟିଏମ୍‌ ଗୁଡ଼ିକରେ ସିସିଟିଭି, ଆଲାରାମ ବ୍ୟବସ୍ଥା ସହ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ନେଇ ଯାଂଚ ହେବ ।

Leave A Reply

Your email address will not be published.