ବାତ୍ୟା ଜୱାଦ ଦୁର୍ବଳ ହେବା ପରେ ଓଡ଼ିଶା ଉପକୂଳ ମୁହାଁ ହେଉଛି

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବାତ୍ୟା ଜୱାଦ ଧିରେ ଧିରେ ଅବପାତରେ ପରିଣତ ହୋଇ ଉପକୂଳ ମୁହାଁ ହେଉଛି । ପ୍ରାୟ ୬ରୁ ୭ ଘଂଟା ମଧ୍ୟରେ ଏହା ପୁରୀରେ ପହଂଚିବାର ସମ୍ଭାବନା ରହିଛି । ତେବେ ବାତ୍ୟା ଜୱାଦ ଦୁର୍ବଳ ହେବା ପରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘଂଟାପ୍ରତି ୨୦ କିଲୋମିଟର ବେଗରେ ଗଭୀର ଅବପାତ ଉତର-ଉତର ପୂର୍ବ ଦିଗରେ ଗତି କରୁଛି । ଏବେ ଗଭୀର ଅବପାତ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ ରହିଛି ।

ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୨୦ କିଲୋମିଟର ଦୂରରେ ଥିବାବେଳେ ସମାନ ଦିଗରେ ପାରାଦୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି । ତାଜା ଆକଳନ ଅନୁସାରେ, ଜୱାଦ ଆହୁରି ଦୁର୍ବଳ ହୋଇ ଅବପାତ ରୂପରେ ଆଗାମୀ ୬ ଘଂଟା ମଧ୍ୟରେ ପୁରୀ ଉପକୂଳ ପହଂଚିିବ । ଉତର-ଉତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇଯିବ । ପଶ୍ଚିମବଙ୍ଗ ଉପକୂଳମୁହାଁ ହୋଇ ମଧ୍ୟରାତ୍ରିରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।

ଜୱାଦ ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସମୁଦ୍ର ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକରେ ପବନ ଆଜି ସନ୍ଧ୍ୟା ଯାଏ ଲାଗି ରହିବ । ଧିରେ ଧିରେ ବର୍ଷାର ପରିମାଣ କମିବ । ଆଜି କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ । ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘଂଟାପ୍ରତି ୨୦ କିଲୋମିଟର ବେଗରେ ଗଭୀର ଅବପାତ ଉତର-ଉତର ପୂର୍ବ ଦିଗରେ ଗତି କରୁଛି । ଏବେ ଗଭୀର ଅବପାତ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ ରହିଛି ।

ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୨୦ କିଲୋମିଟର ଦୂରରେ ଥିବାବେଳେ ସମାନ ଦିଗରେ ପାରାଦୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି । ତାଜା ଆକଳନ ଅନୁସାରେ, ଜୱାଦ ଆହୁରି ଦୁର୍ବଳ ହୋଇ ଅବପାତ ରୂପରେ ଆଗାମୀ ୬ ଘଂଟା ମଧ୍ୟରେ ପୁରୀ ଉପକୂଳ ପହଂଚିିବ । ଉତର-ଉତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇଯିବ । ପଶ୍ଚିମବଙ୍ଗ ଉପକୂଳମୁହାଁ ହୋଇ ମଧ୍ୟରାତ୍ରିରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।

ଜୱାଦ ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସମୁଦ୍ର ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଉପକୂଳବର୍ତୀ ଜିଲ୍ଲା ଗୁଡ଼ିକରେ ପବନ ଆଜି ସନ୍ଧ୍ୟା ଯାଏ ଲାଗି ରହିବ । ଧିରେ ଧିରେ ବର୍ଷାର ପରିମାଣ କମିବ । ଆଜି କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ।

Leave A Reply

Your email address will not be published.