ପ୍ରଖ୍ୟାତ ବ୍ରାଉନସୁଗର ମାଫିଆ ସେକ ଆଜବହର ଏସଟିଏଫ ଦ୍ୱାରା ଗିରଫ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପ୍ରଖ୍ୟାତ ବ୍ରାଉନସୁଗର ବେପାରୀ ତଥା ମାଫିଆ ଡନ ସେକ ଆଜବହର ଗିରଫ ହୋଇଛି । ତାକୁ ଏସଟିଏଫ ରାଜସ୍ଥାନର ଯୋଦ୍ଧପୁର ଅଂଚଳରୁ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସେକ୍‌ ଆଜବାହାର ଜଳେଶ୍ୱର ଅଂଚଳରେ ଜଣେ ପ୍ରଖ୍ୟାତ ନିଶା ବ୍ୟବସାୟୀ । ସେ ପୂର୍ବରୁ ୩ ଥର ଏସଟିଏଫ୍‌ ଓ ପୋଲିସ ଦ୍ୱାରା ଗିରଫ ହୋଇଛି ।

ଗିରଫ ଆଜବହରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ରାଜପୁର ଗାଁରେ । ୨୦୧୯ ପରଠାରୁ ସେ ଫେରାର ଥିଲେ । ସେ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଅଂଚଳରେ ଲୁଚି ରହିଥିବା ଖବର ପାଇ ଏସଟିଏଫ ଚଢ଼ାଉ କରିଥିଲା । ଆଜବହର ନାମରେ ହତ୍ୟା ଉଦ୍ୟମ, ଧମକ ଓ ଆର୍ମସ ଆକ୍ଟ ଭଳି ୫ଟି ସଙ୍ଗୀନ ମାମଲା ରହିଛି । କୁଖ୍ୟାତ ବ୍ରାଉନସୁଗର ବେପାରୀ ଶେଖ ରାଜାର ସହଯୋଗୀ ହେଉଛି ଆଜବହର ।

Leave A Reply

Your email address will not be published.