ଭିଜିଲାନ୍ସ ଜାଲରେ ଅତିିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ

ନୟାଗଡ଼,(ଏସ୍‌.ନ୍ୟୁଜ): ପୁଣି ଜଣେ ସରକାରୀ ଚାକିରିଆ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡିଛନ୍ତି । ସେ ହେଉଛନ୍ତି ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ । ଜୟନ୍ତଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ଟିମର ଚଢ଼ଉ ବେଳେ ନଗଦ ୨ ଲକ୍ଷ ୭୪ ହଜାର ୭୫ ଟଙ୍କା ସହ ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ଟି ବାଇକ୍‌ ଜବତ ହୋଇଛି । ନୟାଗଡ଼ ଜିଲ୍ଲା ଲେଙ୍କୁଡିପଡ଼ାରେ ୪ ମହଲା ବିଶିଷ୍ଟ କୋଠା, ଓଡ଼ଗାଁ ଗାନ୍ଧିସାହି ଲେନ୍‌ରେ ୨ ମହଲା କୋଠା, ପୈତୃକ ଗାଁ ବିରୁଡ଼ାରେ ଥିବା ଘରେ ଏକକାଳୀନ ଚଢ଼ଉ କରିଛିି ଭିଜିଲାନ୍ସ । ଏହାସହ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ନୟାଗଡ଼ ଟାଉନ ସ୍ଥିତ ଅଫିସ କାର୍ଯ୍ୟାଳୟରେ ମଧ୍ୟ ଚଢାଉ ହୋଇଛି ।

Leave A Reply

Your email address will not be published.